Latest Odisha News

BREAKING NEWS

ଖେଳ ହେଲା କାଳ, ଖେଳୁ ଖେଳୁ ହୃଦଘାତରେ ଚାଲିଗଲା ଜୀବନ

ଅନୁଗୁଳ: ଖେଳ ହେଲା କାଳ। ଖେଳୁଥିବା ସମୟରେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତାଳଚେର ଟିଟିପିଏସ ଠାରେ ।

ଗତକାଲି ଟିଟିପିଏସ ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ପ୍ରାୟ ୧୦.୩୦ ମିନିଟରେ ଗୋବରା ଓ ବଜ୍ରକୋଟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ ଚାଲିଥିଲା।

ଏହି ସମୟରେ ଘଟିଥିଲା ଏଭଳି ଏକ ଅଭାବନୀୟ ଅଘଟଣ । ବଜ୍ରକୋଟ ଟିମର ଖେଳାଳି ହିମାଞ୍ଚଳ ଦେହୁରୀ ନାମକ ଜଣେ ଯୁବକ ଖେଳୁ ଖେଳୁ ହଠାତ୍‌ ପଡିଆ ଭିତରେ ଟଳି ପଡ଼ିଥିଲେ ।

ହୃଦଘାତ ହୋଇଥିବା ସନ୍ଦେହ କରି ତାଙ୍କୁ ତୁରନ୍ତ ଟିଟିପିଏସ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ବିଳମ୍ବିତ ରାତିରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.