Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୨ହଜାର ବର୍ଷ ହେଲା ଜଳୁଛି ମାଆ ହରସିଦ୍ଧିଙ୍କ ଅଖଣ୍ଡ ଜ୍ୟୋତି

ମାଆର ନାମ ସ୍ମରଣ କରିଲେ ସମସ୍ତ ଦୁଃଖ କଷ୍ଟ ହରଣ ହୁଏ। ମାଆ ନିକଟରେ ଯାହା ମାନସକି କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।  ପ୍ରତ୍ୟେକ୍ଷ ଠାକୁରାଣୀର ଚମତ୍କାରୀ ଆସ୍ଥାନ। ଏହି ସ୍ଥାନକୁ ଯିଏଆସିଲେ ଖାଲି ହାତରେ କେହି ବି ଫେରିନାହିଁ ।  ଉଜ୍ଜୟିନୀର ବିଜାନଗରୀରେ ହଜାର ହଜାର ବର୍ଷ ପୁରୁଣା ମାଆ ହରସିଦ୍ଧି ମନ୍ଦିର। ୫୧ଦେବୀ ପୀଠ ମଧ୍ୟରୁ ଏହି ହରସିଦ୍ଧି ମନ୍ଦିର। ଯେଉଁଠି ରହିଛି ଚମତ୍କାର। ଆଉ ସେହି ଚମତ୍କାର ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିପାରିବନି।

ବର୍ଷେ କି ଦୁଇ ବର୍ଷ ନୁହେଁ ୨ହଜାର ବର୍ଷ ଧରି ମନ୍ଦିରରେ ମାଆଙ୍କ ନିକଟରେ ଜଳୁଛି ଅଖଣ୍ଡ ଜ୍ୟୋତି। ଯେତେ ଝଡ଼ ବର୍ଷା ଆସିଲେ ବି ଏହି ଜ୍ୟୋତି ଲିଭେଇ ପାରିନି।
ଶକ୍ତିସ୍ୱରୂପା ମାଆ ହରସିଦ୍ଧି। ଏଠି ରହିଛି ଆସ୍ଥା ଆଉ ବିଶ୍ୱାସ। ଏନେଇ ଦୂରଦୂୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଛୁଟିଆସୁଛନ୍ତି ମାଆ ପାଖକୁ। ଶ୍ରଦ୍ଧାଳୁଙ୍କ ପାଇଁ ମାଆ ତିନି ରୂପରେ ଦର୍ଶନ ଦେଇଥାଏ। ସକାଳୁ ବାଲ୍ୟରୂପ , ମଧ୍ୟାହ୍ନରେ ଯୁବ ଓ ସଂଧ୍ୟା ସମୟରେ ମାଆର ବୃଦ୍ଧ ରୂପ ଦେଖିବାକୁ ମିଳିଥାଏ। ଶକ୍ତିସ୍ୱରୂପା ମାଆ ହରସିଦ୍ଧି ନିକଟରେ ମନୋସ୍କାମନା ପାଇଁଶ୍ରଦ୍ଧାଳୁ ମାନେ ଗୋବରରେ ଓଲଟା ସ୍ୱସ୍ତିକ ଚିହ୍ନ କରିଥାନ୍ତି।

ଆଉ ପୂରଣ ହୋଇଗଲା ପରେ ସିଧା ସ୍ୱସ୍ତିକ କରି ମାଆଙ୍କ ନିକଟରେ ପୂଜା କରିଥାନ୍ତି   ମାଆ ହେଉଛି ଦୁଖତାରିଣୀ ସଙ୍କଟ ହାରିଣୀ। ନିଜ ଭକ୍ତମାନଙ୍କୁ ବିପଦରୁ ଉଦ୍ଧର କରିବା ସହିତ ସଙ୍କଟ ତାରଣ କରିଥାଏ। ଏନେଇ ମାଆଙ୍କ ନିକଟରେ ଅଗାଧ ଭକ୍ତି ରହିଛି। ନବରାତ୍ରୀରେ ମା ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିବା ବେଳେଏଠାରେ ନଡ଼ିଆ ଭାଙ୍ଗିବା ମନା। ମାଆଙ୍କ ମନ୍ଦିର ସମାନାରେ ରହିଛି ଦୁଇଟି ବଡ଼ ବଡ଼ ଦୀପର ସ୍ତମ୍ଭ। ଯେଉଁଠି ୧୧ଶହରୁ ଅଧିକ ଦୀପ ପଜ୍ୱଳିତ ହୋଇଥାଏ। କୁହାଯାଏ ଭାଗ୍ୟରେ ଥିଲେ ଏହି ଦୀପ ଲଗାଇବାକୁ ସୌଭାଗ୍ୟ ମିଳେ।

ଏନେଇ ବହୁ ପୂର୍ବରୁ ଯୋଗାଯୋଗ କରିବାକୁ ପଡ଼ିଥାଏ। ବହୁ ପୁଣ୍ୟ ହୋଇଥାଏ ମାଆର ଏହି ଦୀପ ସ୍ତମ୍ଭରେ ଗୋଟିଏ ଦୀପରେ ତେଲ ଦେଲେ। ପୂଜାର୍ଚ୍ଚନା ପରେ ମାଆଙ୍କ ନିକଟରେ ୧୧ଶହରୁ ଅଧିକ ଦୀପରେ ତେଲ ଦେଇ ପ୍ରଜ୍ୱଳିତ କରାଯାଇଥାଏା ଯେଉଁଠି ୬୦କେଜି ରୁ ଅଧିକ ତେଲ ଦିଆଯାଏ। ମାଆ ହରସିଦ୍ଧି ମନ୍ଦିରରେ ରହିଛି ଅନେକ ଚମତ୍କାର। ଶ୍ରଦ୍ଧାଳୁଟିଏ ଆସି ମାଆର ଶରଣରେ ଗଲେ ତାର ସମସ୍ତ କଷ୍ଟ ନିବାରଣ ହୋଇଥାଏ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାଆର ତିନି ରୂପ ଦର୍ଶନ କରି ଯାଇଥାନ୍ତି।
ହେଲେ ମାଆ ହରସିଦ୍ଧି ମନ୍ଦିରରେ ରହିଥିବା ୨ହଜାର ବର୍ଷର ଅଖଣ୍ଡ ଦୀପ ହେଉ କି ଦୁଇ ସ୍ତମ୍ଭରେ ରହିଥିବା ହଜାର ଦୀପ । ଆଉ ମାଆଙ୍କର ତିନି ରୂପ ଦର୍ଶନ। ଭାଗ୍ୟରେ ଥିଲେ ଦର୍ଶନ ମିଳେ।


ପ୍ରତିଦିନ ଏହି ସ୍ଥାନରେ କିଛି ନା କିଛି ଆଶା ନେଇ ଶ୍ରଦ୍ଧାଳୁଟିଏ ଚାଲିଆସିଥାଏ। ଆଉ ନିଶ୍ଚିତ ଭାବରେ ମାଆର ଚମତ୍କାର ପ୍ରାପ୍ତ କରିଥାଏ।
ପ୍ରତିଟି ଶ୍ରଦ୍ଧାଳୁ ମାଆ ମନ୍ଦିରର ଚମତ୍କାର ଅନୁଭବ କରିଛନ୍ତି। ହେଲେ ମନ୍ଦିରର ବାସ୍ତବରେ କଣ ରହିଛି ଦିବ୍ୟ ରୂପ ତାର ରହସ୍ୟ କାହାକୁ ବି ଜଣା ନାହିଁ । . . . .

 

Leave A Reply

Your email address will not be published.