Latest Odisha News

କାନପୁର ହିଂସା: ଆଉ ଜଣେ ମାଷ୍ଟର ମାଇଣ୍ଡ ଗିରଫ

କାନପୁର: କାନପୁର ହିଂସା ଘଟଣାରେ ସ୍ଥାନୀୟ ପୋଲିସକୁ ଆଜି ବଡ ସଫଳତା ହାତ ଲାଗିଛି । ଏହାର ଷଡଯନ୍ତ୍ର ରଚିଥିବା ଦ୍ୱିତୀୟ ମାଷ୍ଟରମାଇଣ୍ଡ ତଥା ସମାଜବାଦୀ ପାର୍ଟି ନେତା ନିଜାଜ କ୍ୟୁରେଶୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଏଫଆଇଆରରେ ନିଜାମଙ୍କ ନାମ ୫ରେ ଥିଲା । ହିଂସା ପରେ ସେ ଫେରାର ହୋଇ ଯାଇଥିଲେ । ମୁସଲିମ ସମ୍ପ୍ରଦାୟ ସହ ଏହି ଏସପି ନେତାଙ୍କ ଭଲ ସମ୍ପର୍କ ଥିବାରୁ ହିଂସା ରଚିବାରେ ତାଙ୍କୁ ସହଜ ହୋଇଥିଲା । ସେ ହ୍ୱାଟସଆପରେ ଏକ ଗ୍ରୁପ କରିଥିଲେ । ଏଥିରେ ୩ଜଣ ଏସପି ନେତା ଆଡମିନ ଥିଲେ । ହିଂସା ପରେ ଏହି ନେତାମାନେ ଗ୍ରୁପ ଛାଡି ଦେଇଥିଲେ ।

ସେ ହିନ୍ଦୁ ବ୍ୟବସାୟୀମାନଙ୍କଠାରୁ କୌଣସି ସାମଗ୍ରୀ ନ କିଣିବା ପାଇଁ ଲୋକଙ୍କୁ ମତାଇଥିଲେ । ପୂର୍ବରୁ ମୂଖ୍ୟ ମାଷ୍ଟର ମାଇଣ୍ଡ ହୟାତ ଜାଫର ହାସମୀଘଙ୍କୁ ପୋଲିସ ଗିରଫ କରିଥିଲା । ଏବେ ହୟାତ ଓ ନିଜାମଙ୍କୁ ପୋଲିସ ଏକତ୍ର ପଚରାଉଚରା କରିପାରେ ।

Leave A Reply

Your email address will not be published.