Latest Odisha News

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସ ବିଧାୟକ ନିଲମ୍ବିତ

ଚଣ୍ଡିଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ନିଲମ୍ବିତ ହୋଇଛନ୍ତି । ହରୟାଣାର ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଶୁକ୍ରବାର ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି । ଦଳ ବିରୋଧରେ ଭୋଟ୍ ଦେବା ଯୋଗୁଁ ଫଳସ୍ୱରୂପ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜୟ ବରଣ କରବାକୁ ପଡ଼ିଛି ।

ହରୟାଣାର ଦୁଇଟି ଆସନ ପାଇଁ କଂଗ୍ରେସର ଅଜୟ ମାକେନ, କ୍ରିଷନ ଲାଲ ପୱାର, ଏବଂ ବିଜେପି-ଜେଜେପି ଦ୍ୱାରା ସମର୍ଥିତ କାର୍ତ୍ତିକେୟ ଶର୍ମା ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ କ୍ରସ୍ ଭୋଟିଂ କରିବାରୁ ଅଜୟ ମାକେନଙ୍କୁ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା ।

ହରୟାଣା କଂଗ୍ରେସ ଦାୟିତ୍ୱରେ ଥିବା ବିବେକ ବଂଶଲ ଶୁକ୍ରବାର କହିଥିଲେ ଯେ- କୁଲଦୀପଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାର ଦିନକ ପରେ ଶନିବାର ବିଷ୍ଣୋଇଙ୍କୁ କଂଗ୍ରେସ ଦଳର ସମସ୍ତ ପଦବୀରୁ ନିଲମ୍ବନ କରିଛି ।

ଶୁକ୍ରବାର ରାତି ୨ଟାରେ ହରୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜୟୀ କାର୍ତ୍ତିକେୟ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ଏହି ସମୟରେ ସେ ବିଷ୍ଣୋଇଙ୍କୁ ଭେଟି ଧନ୍ୟବାଦ ଜଣେଇଥିଲେ । କହିଥିଲେ- କୁଲଦୀପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଯୋଜନାରେ ଅନୁପ୍ରାଣିତ ହୋଇ ଭୋଟ୍ ଦେଇଥିବେ ।

Leave A Reply

Your email address will not be published.