Latest Odisha News

BREAKING NEWS

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରିୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଦୁନିଆର ସବୁଠୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଧୋନିଙ୍କ ନାଁ ରହିଛି । ତେବେ ଆସନ୍ତୁ ଜାଣିବା ତାଙ୍କର ଆୟ ସମ୍ପର୍କୀୟ କିଛି ତଥ୍ୟ …

କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପତ୍ତି କଥା କହିବାକୁ ଗଲେ, ସମୁଦାୟ ୧୦୪୦ କୋଟିରୁ ଅଧିକ ମୂଲ୍ୟ ସମ୍ପତ୍ତିର ମାଲିକ ମାହି । କ୍ରିକେଟରୁ ହେଉଥିବା ଆୟ ବ୍ୟତୀତ ଏଥିରେ ବିଭିନ୍ନ କମ୍ପାନୀର ବ୍ରାସ ଏଣ୍ଡୋର୍ସମେଣ୍ଟ, ଏକାଧିକ ଷ୍ଟାର୍ଟଅପରେ ସେ କରିଥିବା ନିବେଶରୁ ଆସୁଥିବା ରିଟର୍ଣ୍ଣ ସହ ଅନ୍ୟ ବ୍ୟବସାୟରୁ ହେଉଥିବା ଆୟ ମଧ୍ୟ ସାମିଲ ଅଛି । ଧୋନୀ ପ୍ରତି ଆଇପିଏଲ ପିଛା ନିଅନ୍ତି ୧୨ କୋଟି । ଗତ ଆଇପିଏଲ ସିଜିନ ୧୬ରେ CSK କ୍ୟାପ୍ଟେନ ଭାବେ ତାଙ୍କୁ ୧୭୮ କୋଟି ଟଙ୍କା ମିଳିଛି ।

ବ୍ରାସ ଏଣ୍ଡୋର୍ସମେଣ୍ଟ ଜରିଆରେ ମଧ୍ୟ ମାହି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏତଦବ୍ୟତିତ ବିଜ୍ଞାପନ, ସ୍ପୋର୍ଟିଙ୍ଗ ଡାଇରେକ୍ସନ୍, ବିଜନେସ୍ ଫର୍ମସ୍ ଆଦିରେ ତାଙ୍କର ନିବେଶ ମଧ୍ୟ ତାଙ୍କୁ ମାଲାମାଲ କରୁଛି । ତାଙ୍କର ମାସିକ ଆୟ ଆନୁମାନିକ ୪ କୋଟିରୁ ଅଧିକ ବୋଲି ଜଣାପଡ଼ିଛି । ବିଜ୍ଞାପନ କ୍ଷେତ୍ରରେ ପାଖାପାଖି ୩୦ଟି ବ୍ରାଣ୍ଡସ୍ ଏଣ୍ଡୋର୍ସମେଣ୍ଟରେ ସେ ସାମିଲ ଅଛନ୍ତି ଧୋନି । ଇନକମ ଟ୍ୟାକ୍ସ ରିପୋର୍ଟ ଅନୁସାରେ କ୍ରିକେଟ ଜଗତରେ ପାଦ ଥାପିବା ପରେ ଧୋନି କ୍ରମାଗତ ଭାବରେ ଝାଡ଼ଖଣ୍ଡର ସବୁଠାରୁ ସବୁଠାରୁ ବଡ ଆୟକରଦାତା ଭାବରେ ରହିଆସିଛନ୍ତି। ଧୋନି ୨୦୨୨-୨୩ ଆର୍ଥିକ ବର୍ଷରେ ୩୮ କୋଟି ଟଙ୍କାର ଅଗ୍ରୀମ ଟ୍ୟାକ୍ସ ପ୍ରଦାନ କରିଛନ୍ତି ।

ଖାଲି ସେତିକି ନୁହେଁ ରାଞ୍ଚି ସ୍ଥିତ ଫାର୍ମହାଉସରେ ଧୋନୀ କଡକନାଥ କୁକୁଡା ଚାଷ ମଧ୍ୟ କରୁଛନ୍ତି, ଯାହାର ମାଂସ କେଜି ପିଛା ୧୦୦୦ ଟଙ୍କା । ଏହାସହ ରାଞ୍ଚିରେ ଅଛି ୪୩ ଏକର ବିଶିଷ୍ଟ ଫାର୍ମହାଉସ୍ । ଡେରାଡୁନରେ ରହିଛି ଧୋନୀଙ୍କର ବିଳାସପୁର୍ଣ୍ଣ ଘର । ଏହିଠାରେ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ସହ ରହୁଛନ୍ତି ।

Leave A Reply

Your email address will not be published.