Latest Odisha News

BREAKING NEWS

ଫଲକନୁମା ଏକ୍ସପ୍ରେସର ତିନି ବଗିରେ ଲାଗିଗଲା ନିଆଁ

ବିଶାଖାପଟଣମ:ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।  ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର  ଏକାଧିକ ବଗିରେ ନିଆଁ ଲାଗି ଯାଇଥିବା ଜଣାଯାଇଛି  । ତେବେ ଟ୍ରେନରେ ନିଆଁ ଲାଗି ଯାଇଥିବା ଦେଖି ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିବା ଜଣାଯାଇଛି । ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।   ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅନ୍ୟ ବଗିକୁ ନିଆଁ ବ୍ୟାପିବାରେ ଲାଗିଛି । ନିଆଁ ଲାଗିଯିବା ପରେ ଫାଲକନୁମା ଏକ୍ସପ୍ରେସ ସେହିଠାରେ ଅଟକି ରହିଛି ।

ଅଗ୍ନିକାଣ୍ଡ ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହନ ହୋଇ ନ ଥିବା ଜଣାଯାଇଛି ।   ତେବେ ନିଆଁ ଲାଗିଥିବା ସ୍ଥାନ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାରୁ ଆସିବା ପାଇଁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି ।  ଯାତ୍ରୀମାନେ ଚାଲି ଚାଲି ଆସୁଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରାୟ ୨/୩ କିମି ଚାଲିବା ପରେ ଯାତ୍ରୀମାନେ ମୁଖ୍ୟରାସ୍ତା ଧରିଥିବା ଜଣାଯାଇଛି । ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ ଯୋଗାଇ ଦିଆ ଯାଇଥିଲା । ଯାତ୍ରୀମାନେ ବସରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ ।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.