ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ ମହିଳା ହେବାର ଭ୍ରମ ସୃଷ୍ଟି କରୁଥିବା ଅମ୍ପାୟାର ବାସ୍ତବରେ ଜଣେ ପୁରୁଷ ।
୨୦୧୪ରେ ଆଇପିଏଲରେ ଡେବ୍ୟୁ କରିଥିବା ପଶ୍ଚିମ ପାଠକ ସେବେଠାରୁ ଆଠଟି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି ଓ ସବୁବେଳେ ଦୃଷ୍ଟିକୁ ଆସିଛନ୍ତି ।
ସେ ୨୦୧୨ରେ ଦୁଇଟି ମହିଳା ଏକଦିନିଆ ମ୍ୟାଚ୍ ଗେମ୍ ମଧ୍ୟ ଅମ୍ପାୟାରିଂ କରିଛନ୍ତି । ଭାରତୀୟ ଘରୋଇ କ୍ରିକେଟ୍ ରେ ୨୦୦୯ ମସିହାରୁ ଭାରତରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଏକଦିନିଆ ପାଇଁ ରିଜର୍ଭ ଅମ୍ପାୟର ଥିଲେ।
୨୦୧୫ରେ, ସେ ପ୍ରଥମ ଭାରତୀୟ ଅମ୍ପାୟାର ଭାବେ ହେଲମେଟ ପିନ୍ଧି ଏକ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବ୍ୟଙ୍ଗାତ୍ମକ ପୋଷ୍ଟ ସବୁ କରାଯାଇଥିଲା ।
Hair goals bro. Ladkiyaan bhi sharma jaayegi ?
Umpire Paschim Pathak ?
Baal bhi mast, naam bhi mast ?#IPL2020 #SRHvsKKR #Dream11IPL pic.twitter.com/NhljZwMm8V
— Vinesh Prabhu (@vlp1994) October 18, 2020
Paschim Pathak is an antique umpire ? Long hair, different pose!#Dream11IPL #IPLT20 #Cricket#SRHvsKKR #KKRvsSRH #IPL2020 pic.twitter.com/HDtdJBjtKl
— Gagan Thengane (@Kintu_Parantu) October 18, 2020
His name is Paschim Pathak. https://t.co/OYXL59sxrI
— Zomon (@DonEsQue) October 18, 2020
Bobby Deol is so talented ??? #DuniyaHaseenoKaMela #PaschimPathak#KKRvsSRH #IPL2020 pic.twitter.com/8fuIB1fFbo
— Monil Saxena (@MonilSaxena21) October 18, 2020
ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ (SRH) ଅଧିନାୟକ ଡେଭିଡ ୱାର୍ନର ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷରେ ଫିଲ୍ଡ କରିବାକୁ ପସନ୍ଦ କରିଥିଲେ। ଏହି ମ୍ୟାଚ ବହୁତ ରୋମାଞ୍ଚକର ହୋଇଥିଲା । ଶେଷରେ ସୁପର ଓଭରରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଥିଲା ।
Comments are closed.