Latest Odisha News

BREAKING NEWS

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି ।

ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଥାନା ମଞ୍ଜୁରିରୋଡ ପାଣ୍ଡି ଅଧିନସ୍ତ ବଡ-ବନସ୍ତା ଗ୍ରାମର ରଞ୍ଜନ କୁମାର ଯେନାଙ୍କ ନାବାଳିକା ଝିଅ ମାନସୀ ଜେନା ।ବୟସ ୧୮। ଗତ ୨୬ ରିଖରେ ରଞ୍ଜନର ଶଳା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଢେଇ-ଜଳନ୍ଦା ଗ୍ରାମର ଗୋପିନାଥଙ୍କ ପୁତ୍ର ଭ୍ରମର ମଲିକ କୈାଶଳ କ୍ରମେ ରଞ୍ଜନର ଅନୁପସ୍ଥିତ ସମୟରେ ତାଙ୍କ ଝୀଅକୁ ନେଇଯାଇ ତାର ମଉସା ଅମୃତିଆ ଗ୍ରାମର ପ୍ରଶନ୍ନ ମଳିକଙ୍କ ପୁଅ ମହେନ୍ଦ୍ର ମଲିକ ପାଖରେ ଛାଡି ପଳାଇଥିବା ରଞ୍ଜନ ଜାଣିବାକୁ ପାଇଥଲା ।

ଝିଅ ଅପହରଣ କରିନେବା ସମୟରେ ଝିଅର ବୟସ ୧୬ ବର୍ଷ ହୋଇଥିବାରୁ ତାକୁ ମହେନ୍ଦ୍ର ଏକ ବେଆଇନ କୋର୍ଟକାଗଜରେ ରେଜେଷ୍ଟ୍ରି ମ୍ୟାରେଜ କରି ପ୍ରଥମେ ମୁମ୍ବାଇ ପରେ ତାର ନିଜ ଘରକୁ ଆଣିଥିଲା । ଏସଂପର୍କରେ ଝିଅର ବାପା ମଞ୍ଜୁରି ରୋଡ ପାଣ୍ଡିରେ ଅଭିଯୋଗ କରିଥିଲେ

ମାତ୍ର ପୁଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଗତ ସୋମବାର ଝିଅର ବାପା ଖବର ପାଇଲେ ଯେ, ତାଙ୍କ ଝିଅକୁ ତାର ଶଶୁର-ପ୍ରସନ୍ନ, ପୁଅ-ମହେନ୍ଦ୍ର ସହ ପରିବାର ଲୋକେ କିରୋସିନି ଢାଳି ପୋଡି ଦେଇଥିବା ଝିଅର ବାପା ଏପରି ଖବର ପାଇ ଝିଅକୁ ତୁରନ୍ତ କଟକ ବଡ ମେଡିକାଲରେ ଭର୍ତ୍ତି କାରାଇଥିଲେ। ମାତ୍ର ତାଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା ।

ଚିକିତ୍ସା ଅବସ୍ଥାରେ ଆଜି ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ମାନସିର ପରିବାରର ଅଭିଯୋଗ ମୁତାବକ ମଙ୍ଗଳାବାଗ ପୁଲିସ ଏକ  ମାମଲା ରୁଜୁ କରି ଶବବ୍ୟବଚ୍ଛେଦ କରାଇ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏପରି ଏକ ଅମାନୁଷିକ କାର୍ଯ୍ୟରେ ସଂପୃକ୍ତ ଅପରାଧି ମାନଙ୍କୁ ଚିହ୍ନଟ କରି ନ୍ୟାୟ ଦେବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.