ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ତାହାର ଏୗତିହାସିକ ସଂସ୍କୃତି ଏବଂ ବିବିଧତା ଯୋଗୁଁ ପ୍ରସିଦ୍ଧିଲାଭ କରିଛି । ଏଠାରେ ଅନେକ ମଠ , ମନ୍ଦିର ରହିଛି । ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ମା ମସାନୀ ଦେବୀଙ୍କ ମନ୍ଦିର । ଦେଶର କୋଣ ଅନୁକୋଣରୁ ମାଙ୍କୁ ଦର୍ଶନ କରିବାକୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ । ମା ମସାନୀ ଦେବୀଙ୍କ ଇତିହାସ ବହୁ ପୁରୁଣା । ମନ୍ଦିର ପୁରୋହିତଙ୍କ କହିବା ମୂତାବକ ବହୁ ବର୍ଷ ପୂର୍ବେ ଦିନେ ଏକ ଯାଜାବର ଦଳ ଏଠାରୁ ମାଙ୍କ ମୂର୍ତ୍ତି ନେଇ ଚାଲିଯିବାକୁ ଉଦ୍ୟମ କରୁଥିଲେ ।
ମାତ୍ର ସେମାନେ ସେହି ସ୍ଥାନରୁ ମାଙ୍କ ମୂର୍ତ୍ତି ଉଠାଇପାରିନଥିଲେ । ସେହିଦିନଠାରୁ ମାଆଙ୍କ ମୂର୍ତ୍ତି ଏଠାରେ ସ୍ଥାପିତ ହୋଇଛି । ସାଧାରଣତଃ ଯେଉଁ ଲୋକମାନଙ୍କର ବିବାହରେ ବିଳମ୍ବ ହୁଏ କିମ୍ବା ଯେଉଁ ଦମ୍ପତ୍ତି ମାନେ ସନ୍ତାନହୀନ ଅଟନ୍ତି , ସେମାନେ ମାଙ୍କ ନିକଟକୁ ଆସି ସନ୍ତାନ ପ୍ରାପ୍ତି ସୁଖ ପ୍ରାପ୍ତି କରନ୍ତି । ଚାରବାଗ୍ ରେଳଷ୍ଟେସନରୁ ଅଟୋ କିମ୍ବା କ୍ୟାବ୍ ଯୋଗେ ଆପଣ ଏହି ମନ୍ଦିରରେ ସହଜରେ ପହଞ୍ଚିପାରିବେ । ବିଶ୍ବାସ ରହିଛି ଯିଏ ଶୁଦ୍ଧପୁତ୍ତ ମନରେ ମାଙ୍କୁ ଆରାଧନା କରିଛି , ମାଆ ତାକୁ କେବେ ନିରାଶ କରିନାହାନ୍ତି । ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି ମାଆ ମସାନୀ ।
Comments are closed.