Latest Odisha News

BREAKING NEWS

ଆଜିଠୁ ରୋପ୍-ୱେର ମଜାନେବେ ପର୍ଯ୍ୟଟକ; ଜାଣନ୍ତୁ କେତେ ରହିଛି ଟିକେଟ ଦର…

ବାରଙ୍ଗ: ଆଜିଠୁ ନନ୍ଦନକାନନରେ ରୋପ୍-ୱେର ମଜାନେବେ ପର୍ଯ୍ୟଟକ । ଗତ ୧୨ ବର୍ଷ ଧରି ବନ୍ଦ ପଡିଥିବା ନନ୍ଦନକାନନ ରୋପ୍-ୱେ ବିଧିବଦ୍ଧ ଭାବେ ଗତକାଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ଉଦଘାଟନ କରିଥିଲେ । ଗତକାଲି ଉଦଘାଟନ ହେବା ପରେ ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ।

ମାତ୍ର ୧୨୦ ଟଙ୍କାରେ ରୋପୱେର ମଜାନେଇ ପାରିବେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ । ଲୋକ ମାନଙ୍କ ସୁବିଧା ପାଇଁ ରୋପଓ୍ୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । କାଞ୍ଜିଆ ହ୍ରଦ ଉପରେ ଦେଇ ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ପ୍ରାୟ ୬୨୦ ମିଟର ଦୂରତାକୁ ଅତିକ୍ରମ କରିବ ଏହି ରୋପୱେ । ଏହାର ଉଚ୍ଚତା ପ୍ରାୟ ୪୦ ମିଟର ରହିଛି ।ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଛି । ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିପାରିବେ । ମୋଟ ୭୨ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ । ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ ।

ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ।

 

Leave A Reply

Your email address will not be published.