Latest Odisha News

BREAKING NEWS

ମହାକାବ୍ୟର ମହାଅଭିଶାପ

ପୁରୀ: ମହାଭାରତର ପ୍ରତ୍ୟେକ ଚରିତ୍ରର ମହତ୍ୱ ରହିଛି । ତେବେ ଏହି ପୌରାଣିକ ଚରିତ୍ର ମଧ୍ୟରେ କେତେକ କ୍ରୋଧର ବଶୀଭୂତ ହୋଇ ଶ୍ରାପ ଦେଇଛନ୍ତି । ଆସନ୍ତୁ ଜାଣିବା ମହାକାବ୍ୟର ମହାଶ୍ରାପଗୁଡିକ ବିଷୟରେ ।
ମାଆ କୁନ୍ତୀଙ୍କ ଅଭିଶାପ ଦେଲେ ଯୁଧିଷ୍ଠିର: କର୍ଣ୍ଣ ବଧ ପରେ ମାଆ କୁନ୍ତୀ ଯେତେବେଳେ ଯୁଧିଷ୍ଠିରଙ୍କୁ କର୍ଣ୍ଣ ତାଙ୍କର ଭାଇ ଥିଲେ ବୋଲି କହିଲେ ସେ ରାଗି ଯାଇଥିଲେ । ଶୋକାକୂଳ ପରିବେଶ ପରେ ଯୁଧିଷ୍ଠିର ଅଭିଶାପ ଦେଇଥିଲେ ଆଜିଠାରୁ ମହିଳାମାନେ କୌଣସି ଗୁପ୍ତ କଥା ଲୁଚାଇ ରଖିପାରିବେ ନାହିଁ ।ଅର୍ଜୁନଙ୍କୁ ଅପ୍ସରା ଉର୍ବଶୀଙ୍କ ଶ୍ରାପ: ଯୋଦ୍ଧା ଅର୍ଜୁନ ଦିବ୍ୟାସ୍ତ୍ର ଶିକ୍ଷା ପ୍ରାପ୍ତ ପାଇଁ ସ୍ୱର୍ଗପୁରୀ ଯାଇଥିଲେ । ସେଠାରେ ଅପ୍ସରା ଉର୍ବଶୀ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ଅର୍ଜୁନଙ୍କୁ ମନ କଥା କହିଥିଲେ.. ଆପଣ ମୋ ମାଆ ପରି ହେବେ,ଏହା କିପରି ସମ୍ଭବ । ଉର୍ବଶୀ ରାଗି ଯାଇ ଶ୍ରାପ ଦେଇଥିଲେ ତୁମେ ନପୁଂସକ ଭାବେ ୧ ବର୍ଷ କାଟିବ । ବନବାସ ସମୟରେ ଅର୍ଜୁନଙ୍କୁ ଅଜ୍ଞାତବାସରେ ନର୍ତକୀ ଭାବେ ରହିବାକୁ ପଡିଥିଲା ।
ଶ୍ରୀକୃଷ୍ଣଙ୍କ ଅଭିଶାପର ଦଣ୍ଡ ଏବେ ବି ଭୋଗୁଛନ୍ତି ଅଶ୍ୱସ୍ଥାମା : ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଓ ଅଶ୍ୱସ୍ଥାମା ପରସ୍ପର ପ୍ରତି ବ୍ରହ୍ମାସ୍ତ୍ରର ପ୍ରୟୋଗ କରିଥିଲେ । ବେଦବ୍ୟାସ ଏହାକୁ ରୋକି ଫେରାଇ ନେବା ପାଇଁ ଅନୁରୋଧ କରିଥିଲେ । ଅର୍ଜୁନ କଥା ମାନିଥିବା ବେଳେ ଅଶ୍ୱସ୍ଥାମା ଏହାକୁ ଅଭିମନ୍ୟୁଙ୍କ ପତ୍ନୀ ଉତରାଙ୍କ ଗର୍ଭଆଡକୁ ପଠାଇ ଦେଇଥିଲେ । ଏଥିରେ ଶ୍ରୀକୃଷ୍ଣ ରାଗିଯାଇ ଅଭିଶାପ ଦେଇଥିଲେ ତୁମେ ୩୦୦୦ ବର୍ଷ ତକ ଘୁରିବୁଲିବ । ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖସି ପଡିବ । ଏବେ ବି ଅଶ୍ୱସ୍ଥାମା ଘୁରି ବୁୁଲୁଛନ୍ତି ।

ଯମରାଜଙ୍କୁ ଅଭିଶାପ ଦେଲେ ମାଣ୍ଡବ୍ୟ ଋଷି: ଥରେ ଜଣେ ରାଜା ମାଣ୍ଡବ୍ୟ ଋଷିଙ୍କୁ ଭୁଲରେ ଶୂଳୀରେ ଚଢ଼ାଇ ଦେଇଥିଲେ । ଯେ ହେତୁ ତାଙ୍କ ମୃତ୍ୟୁ ସମୟ ହୋଇ ନ ଥିଲା ସେ ଝୁଲିଲେ ମାତ୍ର ମୃତ୍ୟୁବରଣ କଲେ ନାହିଁ । ରାଜା ତାଙ୍କ ଭୁଲ ବୁଝିପାରି କ୍ଷମା ମାଗିଥିଲେ । ମାଣ୍ଡବ୍ୟ ଯମରାଜଙ୍କୁ ଏହାର କାରଣ ପଚାରିଥିଲେ ସେ କହିଥିଲେ ତୁମେ ୧୨ ବର୍ଷ ବୟସରେ ଛୋଟ ପୋକକୁ ଛୁଂଚି ପୂରାଇ କଷ୍ଟ ଦେଇଥିଲ । ଏହା ତାହାର ଦଣ୍ଡ ଥିଲା । ଅଜ୍ଞାନ ସମୟର ଭୁଲ ପାଇଁ ଏତେ ବଡ ଦଣ୍ଡ ମିଳିଥିବାରୁ ସେ ରାଗରେ ଯମରାଜଙ୍କୁ ଶ୍ରାପ ଦେଇଥିଲେ ଯେ ତୁମେ ଦାସୀ ପୁତ୍ର ଭାବେ ଜନ୍ମ ନେବ । ଏଥିଯୋଗୁ ମହାଭାରତରେ ଯମ ମହାତ୍ମା ବିଦୂର ରୂପରେ ଜନ୍ମ ନେଇଥିଲେ ।
ପରୀକ୍ଷିତଙ୍କୁ ଶ୍ରାପ: ଅଭିମନ୍ୟୁ ପୁତ୍ର ପରୀକ୍ଷିତ ରାଜା ଥିବା ବେଳେ ସେ ଥରେ ବଣରେ ବୁଲୁଥିବା ବେଳେ ଶମିକ ଋଷିଙ୍କୁ ଭେଟିଥିଲେ । ସେ ମୌନ ବ୍ରତ ଧାରଣ କରିଥିଲେ । ରାଜା ଯାହା ପଚାରିଲେ ସେ ଉତର ଦେଲେ ନାହିଁ । ରାଗରେ ପରୀକ୍ଷିତ ତାଙ୍କ ଉପରକୁ ମଲା ସାପ ପକାଇଦେଲେ । ପରେ ଋଷିଙ୍କ ପୁତ୍ର ଏହା ଜାଣିବା ପରେ ତକ୍ଷକ ନାଗ ତୁମକୁ ୭ ଦିନ ଭିତରେ ଦଂଶନ କରିବେ ବୋଲି ଅଭିଶାପ ଦେଇଥିଲେ । ତକ୍ଷକଙ୍କ ମୃତ୍ୟୁ ପରେ କଳିଯୁଗ ପ୍ରବେଶ କରିଥିଲା ।

Leave A Reply

Your email address will not be published.