Latest Odisha News

BREAKING NEWS

ମୋଟା ଅଙ୍କର ବିଜ୍ଞାପନ ହାତେଇଲେ ଧୋନୀଙ୍କ ଲାଡଲି ଜିଭା

ରାଞ୍ଚି: ଭାରତର ପୂର୍ବତନ କ୍ରିକେଟର୍ ଧୋନୀଙ୍କ ଲାଡଲି ଜିଭା । ଦେଶରେ ଚର୍ଚ୍ଚିତ ଷ୍ଟାର୍‌କିଡ୍ ତାଲିକାରେ ସେ ଅନ୍ୟତମ । ୫ ବର୍ଷୀୟ ଜିଭାଙ୍କର ୧.୮ ମିଲିଅନ୍ ସୋସିଆଲ ମିଡିଆ ଫଲୋଅର୍ସ ଥିବାବେଳେ ନିକଟରେ ସେ ହାତେଇଛନ୍ତି ଏକ ମୋଟା ଅଙ୍କର ବିଜ୍ଞାପନ ।

ବଢୁଥିବା ପପୁଲାରିଟି ପାଇଁ ଜିଭା ନିଜ ଜୀବନର ପ୍ରଥମ ବିଜ୍ଞାପନ ଓରିଓ ବିସ୍କୁଟ ବ୍ରାଣ୍ଡଠାରୁ ପାଇଛନ୍ତି । ଏଥିରେ ସେ ନିଜ ବାପା ଧୋନୀଙ୍କ ସହ ନଜର ଆସିବେ । ନିକଟରେ ଏ ନେଇ ଖୋଦ ଓରିଓ ବିସ୍କୁଟ୍ କମ୍ପାନୀ ସୋସିଆଲ ମିଡିଆରେ ଜଣାଇଥିଲା ।

 

View this post on Instagram

 

A post shared by Oreo (@oreo.india)

ଯେଉଁଠି ଜିଭା ପ୍ରଥମ କମର୍ସିଆଲ୍ ହାତେଇଛନ୍ତି, ସେଠି ସେଲିବ୍ରିଟି ଭାବେ ବିଜ୍ଞାପନ ମାମଲାରେ ଧୋନୀ ବେଶ ଆଗୁଆ ରହିଛନ୍ତି । ଅନେକ ନାମୀଦାମୀ କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ହାତେଇ ସେ କୋଟିକୋଟି ଟଙ୍କା ଆୟ କରିଥାନ୍ତି ।

ସେଲିବ୍ରିଟି ନେଟ୍ ୱର୍ଥ ରିପୋର୍ଟ ଅନୁଯାୟୀ ଧୋନୀ ୧୭୦ ମିଲିଅନ ସମ୍ପତ୍ତିର ଅଧକାରୀ । ଆଇପିଏଲ ଟିମ୍ ଚେନ୍ନାଇ ତାଙ୍କୁ ପ୍ରତିବର୍ଷ ୧୫ କୋଟି ଟଙ୍କା ଫିସ୍ ଦେଇଥାଏ । ସେହିଭଳି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପୂର୍ବରୁ ବିସିସିଆଇ ନିକଟରୁ ସେ ବାର୍ଷିକ ୫ କୋଟି ଟଙ୍କା ପାଇଆସୁଥିଲେ ।

ନିୟମିତ ପ୍ରାପ୍ୟ ଛଡା ଧୋନୀ ଫୁଟବଲ, ହକି ଓ କାର୍ ରେସିଂ ଭଳି କ୍ରୀଡାରେ ସଂପୃକ୍ତ ଥିବା ସହ ଓପୋ, ଡ୍ରିମ୍ ୧୧, ଖାତାବୁକ୍‌, ପୋକରଷ୍ଟାର୍ସ ଓ ଇଣ୍ଡିଗୋ ପେଣ୍ଟଓ ଭଳି କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଭାବେ ମୋଟା ଅଙ୍କର ଅର୍ଥ ଆୟ କରିଥାନ୍ତି ।

Leave A Reply

Your email address will not be published.