ଭୁବନେଶ୍ୱର: ଅଶ୍ୱଗନ୍ଧା ଏମିତି ଏକ ଆୟୁର୍ବେଦିକ ଜଡିବୁଟି ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପକ୍ଷେ ଲାଭଦାୟକ ରହିଥାଏ । ଗୁଣକାରୀ ଅଶ୍ୱଗନ୍ଧା ଶରୀରକୁ ବିଭିନ୍ନ ଲାଭ ଦେଇଥାଏ । ଅଶ୍ୱଗନ୍ଧାର ମୂଳକୁ ଗୁଣ୍ଡ କରି କ୍ଷୀର କିମ୍ୱା ପାଣିରେ ମିଶାଇ ସେବନ କରାଯାଇଥାଏ । ଆଜିକାଲି ବଜାରରେ ଅଶ୍ୱଗନ୍ଧାର ପାଇଡର ମିଳିଲାଣି । ଏହି ପାଉଡର ଖାଇବା ଦ୍ୱାରା ପେଟ ସୁସ୍ଥ ରହିବା ସହ ନିଦ ଭଲ ହୋଇଥାଏ । ଆସନ୍ତୁ ଜାଣିବା ଅଶ୍ୱଗନ୍ଧା ସେବନ କଲେ କଣ ସବୁ ଲାଭ ମିଳିଥାଏ ।
• ପେଟ ସମସ୍ୟା ପାଇଁ ଅଶ୍ୱଗନ୍ଧା ଲାଭଦାୟକ ହୋଇଥାଏ । ଏହା ପାଚନ ପ୍ରକ୍ରିୟା ଜନିଜ ସମସ୍ୟା ଦୂର କରିବା ସହିତ ମେଟାବୋଲେଜିୟମକୁ ବଢାଇଥାଏ ।
• ମାସଂପେଶୀ ଏବଂ ହାଡକୁ ଶକ୍ତ କରିବା ପାଇଁ ଅଶ୍ୱଗନ୍ଧା ସେବନ କରିବା ଉଚିତ । ସେତିକି ନୁହେଁ ଏହାକୁ କ୍ଷୀର ସହିତ ସେବନ କଲେ ଶରୀର ମଜବୁତ ଓ ଷ୍ଟାମିନା ବଢିଥାଏ ।
• ଶୀତ ଦିନରେ ଶରୀରରେ ଫୁଲିବା ସମସ୍ୟା ଦେଖାଯାଇଥାଏ । ଏପରି ପରିସ୍ଥିତିରେ ଅଶ୍ୱଗନ୍ଧା ପାଉଡର ସେବନ କଲେ ଲାଭ ମିଳିଥାଏ । ଏହା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।
• ଶରୀରକୁ ସୁସ୍ଥ ରଖିବା ତଥା ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ ନିହାତି ଜରୁରୀ । ଯଦି ନିଦ ଆସୁ ନ ଥାଏ ତେବେ ଅଶ୍ୱଗନ୍ଧା ନିଦ୍ରାହିନତା ସମସ୍ୟା ଦୂର କରିଥାଏ । ଏହା ସହ ଚିନ୍ତା, ଉଦାସୀନତା ପରି ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳିଥାଏ ।
Comments are closed.