Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।

କଳା ଚିକ୍କଣ ମୁଗୁନି ପଥରରେ ଅତ୍ୟନ୍ତ କମନୀୟ, ମନୋଲୋଭା ଢ଼ଙ୍ଗରେ ୧ ପୁଟ ଉଚ୍ଚ ବିଶିଷ୍ଟ ସିଂହାସନରେ ନୃତ୍ୟରତ ଭଙ୍ଗୀ, ଠାଣୀରେ ନାଟୁଆ ଗଣେଶ ୬ ଫୁଟ ଉଚ୍ଚତା ଓ ୩ ଫୁଟ ଓସାରରେ ଅଷ୍ଟଭୂଜ ରୂପରେ ବିଦ୍ୟମାନ ।

କାଂଚି ଅଭିଯାନ ସମୟରେ ଗଜପତି ଶ୍ରୀପୁରୁଷୋତମ ଦେବ ଅନ୍ୟ ଦେବଦେବାଙ୍କ ସହ ଏହି ନୃତ୍ୟ ତଥା ଶୁଭ ଗଣେଶଙ୍କୁ ଆଣିଥିଲେ ।

ଗଣେଶ ପୂଜା ଅବସରରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହକୁ ପ୍ରସାଦ ଲାଗି ଭୋଗ ଓ ବନ୍ଦାପନା କରାଯାଏ । ରୁକ୍ମିଣୀ ହରଣ ଏକାଦଶୀ ଦିନ ଲକ୍ଷ୍ମୀ ବିମଳାଙ୍କ ମନ୍ଦିରକୁ ବିଜେ କଲା ପରେ ରୁକ୍ମିଣୀ ହରଣ ନିମନ୍ତେ ମଦନମୋହନ ବିଜେ ହୋଇ ନାଟ ଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି ।

କଥିତ ଅଛି ବେଢ଼ା ପରିକ୍ରମା ସମୟରେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ସମସ୍ତ ଭକ୍ତଙ୍କ ତାଲିକା ସେ ରଖନ୍ତି ଓ ପ୍ରଭୁ ଶ୍ରୀ ପୁରୁଷୋତମ ଶ୍ରୀଜଗନ୍ନାଥଙ୍କୁ ରାତ୍ର ଦରବାରରେ ଏହା ଉପସ୍ଥାପନ କରିଥାନ୍ତି । ଜଗନ୍ନାଥଙ୍କ ସହ ରାତ୍ର ବୈଠକରେ ସେ ଭକ୍ତଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ କରୁଣା ପାଇବା ଯୋଗ୍ୟ କି ନାହିିଁ ତାହା ଜଣାଇଥାନ୍ତି ନାଟୁଆ ଗଣେଶ ।

Leave A Reply

Your email address will not be published.