Latest Odisha News

BREAKING NEWS

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯ ଟିମର ରଣଜୀ ମ୍ୟାଚ୍ ବାତିଲ ହୋଇଛି ।

୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ଗୌହାଟୀ ବିମାନ ବନ୍ଦରରୁ ନଅଗାଁ ଯିବା ରାସ୍ତାରେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା । ଫଳରେ ସେମାନଙ୍କୁ ଏକ ହୋଟେଲରେ ଦୁଇ ଦିନ ଯାଏଁ ରହିବାକୁ ପଡିଥିଲା ।

ପରବର୍ତ୍ତୀ ସମୟରେ ସେନା ପକ୍ଷରୁ କ୍ରିକେଟରମାନଙ୍କୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ପହଞ୍ଚାଯାଇଥିଲା । ଯେଉଁଠାରୁ ଏହି କ୍ରିକେଟର ଟିମ୍ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସୂଚନାଯୋଗ୍ୟ, ଆଗାମୀ ମ୍ୟାଚ୍ ଡିସେମ୍ବର ୧୭ ତାରିଖରେ ଖେଳାଯିବ । ଏହି ମ୍ୟାଚ୍ ଝାଡଖଣ୍ଡକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ଝାଡଖଣ୍ଡ ଟିମ୍ ଅଗରତାଲାରେ ରହିଛନ୍ତି ।

ଓଡିଶାର ୨୩ ବର୍ଷରୁ କମ୍ କ୍ରିକେଟ୍ ଦଳ ମେଘାଳୟ ବିପକ୍ଷରେ ଗୌହାଟୀରୁ ପାଖାପାଖି ୭୦ କିମି. ଦୂରରେ ଥିବା କର୍ନଲ୍ ସିକେ ନାଇଡୁ ଟ୍ରଫି ଖେଳିବା ସହ ବିଜୟ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଟିମ୍ ସେମାନଙ୍କୁ ସୁରକ୍ଷିତ ଭାବେ ବିମାନ ବନ୍ଦର ଯିବା ଲାଗି ସହାୟତା କରିଥିଲେ ।

Leave A Reply

Your email address will not be published.