Latest Odisha News

BREAKING NEWS

ଶରୀରରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଆପଣ କେତେ ସୁସ୍ଥ..

ଭୁବନେଶ୍ବର: ଶରୀରରେ କିଛି ପରିବର୍ତ୍ତନ ଆସିଥାଏ; ଯାହା ଆପଣଙ୍କ ଶରୀରର ସ୍ବାସ୍ଥ୍ୟ ସମ୍ବନ୍ଧରେ ଦର୍ଶାଇଥାଏ । ଯାହା ସାଧାରଣତଃ ଆମେ ଅଣଦେଖା କରିଥାଉ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଶରୀରର ପରିବର୍ତ୍ତନ ବିଷୟରେ ଯାହା ଦ୍ବାରା ଜାଣି ହୁଏ ଶରୀର ରୋଗଗ୍ରସ୍ତ ହେଲାଣି..

-ଯଦି ଆପଣଙ୍କ ଓଠ ଏବଂ ଚର୍ମ ସବୁବେଳେ ଶୁଖିଲା ରହୁଛି କିମ୍ବା ଫାଟୁଛି ତେବେ ଏହା ଆପଣଙ୍କ ଅସୁସ୍ଥ ଶରୀରର ସଙ୍କେତ ଅଟେ । ଶୁଖିଲା ଓଠ ସାଧାରଣତଃ କମ ପାଣି ପିଇବା ଦ୍ୱାରା ହୁଏ । ଆହୁରି ମଧ୍ୟ ଏହା ହାଇପର-ଥାଇରଏଡ ଏବଂ ଡାଇବେଟିସର ମଧ୍ୟ ସଙ୍କେତ ହୋଇଥାଏ । ତେଣୁ ଏହାକୁ ଅଣଦେଖା ନକରି ଚିକିତ୍ସା କରନ୍ତୁ ।

-ଯଦି ଆପଣଙ୍କ ଓଠ ଉପରେ, ଥୋଡ଼ିରେ ଏବଂ ଗାଲରେ ଅତିରିକ୍ତ ଚୁଟି ରହିଛି, ତେବେ ଏହା ହରମୋନ ଅସନ୍ତୁଳତା । ଏହା ମହିଳା ମାନଙ୍କ ଶରୀରକୁ ପ୍ରଭାବିତ କରିଥାଏ ।

-ଯଦି ହଠାତ ଦେହର ରଙ୍ଗ ହଳଦିଆ ପଡ଼ିଯାଏ ତେବେ ଏହା ଏନାଇମିଆ ( ଦେହରେ ରକ୍ତର ଅଭାବ )ର ଲକ୍ଷଣ । ଏପରି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଡାଙ୍କରଙ୍କ ସହ ପରାମର୍ଶ କରନ୍ତୁ ।

-ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ଦେହ କୁଣ୍ଡେଇ ହେବାର ସମ୍ଭାବନା ରହିଛି । ମୁହଁ, ପିଠି, ଗୋଡ଼ ପେଟ ଆଦି କୁଣ୍ଡେଇ ହେଉଥିଲେ IBD ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଫଳରେ ଆପଣଙ୍କ କୁଣ୍ଡିଆ ରୋଗକୁ ବଢ଼ାଇଥାଏ ।

-ଯଦି ଆଖି ପତା ଏବଂ ଆଇବ୍ରୋରୁ କେଶ ଝଡ଼ିଥାଏ ତେବେ ଏହା ଚିନ୍ତାଜନକ । Autoimmune Disorder ଏଥିପାଇଁ ଦାୟୀ ହୋଇପାରେ । ଆଲୋପେସିଆ ଆରେଟିଆ ଏକ ରୋଗ , ଏହା କାରଣରୁ ମାତ୍ରାଧିକ ଚୁଟି ଝଡ଼ିଥାଏ ।

-ଶରୀରରେ କୋଲେଷ୍ଟ୍ରୋଲ ଅଧିକ ପରିମାଣରେ ବଢିଲେ ଆଖି ଡୋଳା ହଳଦିଆ ଦେଖାଦେଇଥାଏ ।

-ଆଖି ସିଝିଯିବା ଭଳି ଦେଖାଗଲେ ଏହା କ୍ରୋନିକ ଆଲର୍ଜିର ଲକ୍ଷଣ ମଧ୍ୟ ହୋଇପାରେ । ତେଣୁ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 

Leave A Reply

Your email address will not be published.