Latest Odisha News

ମଦୁଆ ମାନଙ୍କ ଦେଶ, ଜାଣନ୍ତୁ ଏଠାରେ ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି

ନୂଆଦିଲ୍ଲୀ: ମଣିଷ କେବଳ ଆଜି ନୁହେଁ ଶତାବ୍ଦୀ ଶତାବ୍ଦୀ ଧରି ମଦ୍ୟପାନ ସହିତ ଜଡିତ । ଭାରତ ସମେତ ସମଗ୍ର ବିଶ୍ୱରେ ଲୋକମାନେ ମଦ୍ୟପାନ କରିଥାଆନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କାର ମଦ ବିକ୍ରି କରାଯାଏ । କଣ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି? ତେବେ ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ ଯେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ।

ବିଶ୍ୱ ଜନସଂଖ୍ୟା ସମୀକ୍ଷାର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ସର୍ବାଧିକ ମଦ୍ୟପାନ କରୁଥିବା ଲୋକ ଲାତବିୟା ଦେଶରେ ବାସ କରନ୍ତି । ଏଠାରେ ପ୍ରତିବର୍ଷ ଜଣେ ବ୍ୟକ୍ତି ହାରାହାରି ୧୩.୧୯ ଲିଟର ମଦ ପିଅନ୍ତି । ଦ୍ଵିତୀୟରେ ରହିଛି ମୋଲ୍ଦୋବା ଦେଶ । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୮୫ ଲିଟର ମଦ୍ୟପାନ କରିଥାଆନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛି ଜର୍ମାନୀ । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୯ ଲିଟର ମଦ୍ୟପାନ କରନ୍ତି । ସେହିପରି ଚତୁର୍ଥରେ ରହିଛି ଲିଥୁଆନିୟା । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୮ ଲିଟର ମଦ୍ୟପାନ କରନ୍ତି । ଅନ୍ୟପଟେ ପଞ୍ଚମ ସ୍ଥାନରେ ରହିଛି ଆୟର୍ଲାଣ୍ଡ ରହିଛି । ଏଠାରେ ଜଣେ ବ୍ୟକ୍ତି ବର୍ଷକୁ ୧୨.୭୫ ଲିଟର ମଦ ପିଇଥାଆନ୍ତି ।

ଅର୍ଥନୈତିକ ଅନୁସନ୍ଧାନ ଏଜେନ୍ସି ICRIER ଏବଂ ଆଇନ ପରାମର୍ଶଦାତା ସଂସ୍ଥା PLR ଚାମ୍ବରସର ଏକ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରିଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସଂଖ୍ୟାର ୯୫ ପ୍ରତିଶତ ପୁରୁଷ ଅଟନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୮ ରୁ ୪୯ ବର୍ଷ ବୟସର ପୁରୁଷମାନେ ବେଶି ମଧ୍ୟପାନ କରନ୍ତି । ଏହା ବ୍ୟତୀତ ଏହି ରିପୋର୍ଟରେ ପାଞ୍ଚ ପ୍ରତିଶତ ମହିଳା ଅଛନ୍ତି । ଯେଉଁମାନେ ମଦ୍ୟପାନ କରନ୍ତି ।

CRISIL ନାମକ ଏକ ସର୍ଭେ କମ୍ପାନୀ ୨୦୨୦ରେ ସାରା ଦେଶରେ ଏକ ସର୍ଭେ କରିଥିଲା ​​। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଆମ ଦେଶରେ ପାଞ୍ଚଟି ରାଜ୍ୟ ଅଛି ଯେଉଁଠାରେ ସର୍ବାଧିକ ପରିମାଣର ମଦ୍ୟପାନ କରାଯାଏ । ସେହି ରାଜ୍ୟ ମାନଙ୍କରୁ ପ୍ରଥମେ ରହିଛି ଛତିଶଗଡ । ଏହି ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି | ସେହିପରି ଦ୍ଵିତୀୟରେ ରହିଛି ତ୍ରିପୁରା । ଏଠାରେ ସମୁଦାୟ ଜନସଂଖ୍ୟାର ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରିଥାଆନ୍ତି | ଅନ୍ୟପଟେ ତୃତୀୟରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ସମୁଦାୟ ଜନସଂଖ୍ୟାର ୩୪.୫ ପ୍ରତିଶତ ଲୋକ ନିୟମିତ ମଦ୍ୟପାନ କରନ୍ତି ।

 

Comments are closed.