Latest Odisha News

BREAKING NEWS

ନ୍ୟୁୟର୍କର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ନ୍ୟୁୟର୍କର ହାଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକକ ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଫାଜିଲ୍ ଖାନ୍ ବୋଲି ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି ସୂଚନା ମିଳିଛି ।

BjdElectrycity

ନ୍ୟୁୟର୍କର  ଭାରତୀୟ ଦୂତାବାସ ପକ୍ଷରୁ ଏକ ପୋଷ୍ଟରେ ଲେଖାଯାଇଛି,‘‘ ଆପାର୍ଟମେଣ୍ଟରେ ଘଟିଥିବା ଅଗ୍ନିକାଣ୍ଡରେ ଭାରତୀୟ  ନାଗରିକ ଫାଜିଲ ଖାନଙ୍କ ମୃତ୍ୟୁ ଖବର ଶୁଣି  ଆମେ ଦୁଃଖିତ । ତାଙ୍କ ମୃତଦେହକୁ ସମ୍ମାନର ସହ ଭାରତକୁ ପଠାଇବା ପାଇଁ ଚେଷ୍ଟା କରୁଛି ।  ଏହାସହ  ସମ୍ଭାବ୍ୟ କ୍ଷତିପୂରଣ ସହାୟତା ପ୍ରଦାନ କରିବୁ ।’’

ମୃତ ଫାଜିଲ୍ ଖାନ୍ କଲମ୍ୱିଆ ଜର୍ଣ୍ଣାଲିଜିମ୍ ସ୍କୁଲର ପୂର୍ବତନ ଛାତ୍ର । ସେ ହେଚିଙ୍ଗର ରିପୋର୍ଟ (ଶିକ୍ଷା କ୍ଷେତ୍ରରେ ଅସମାନତାକୁ ନେଇ ଏକ ଖବରକାଗଜରେ କାମ କରୁଥିଲେ । ସେ ୨୦୧୮ରେ ବିଜନେସ୍ ଷ୍ଟାଣ୍ଡାର୍ଡରେ କପିଡିଟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏଥିସହ ସେ କଲମ୍ୱିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ୨୦୨୦ରେ ନ୍ୟୁୟର୍କ ଯିବା ପୂର୍ବରୁ ଦିଲ୍ଲୀର ସିଏନ୍ଏନ୍ ନ୍ୟୁଜ୍ ୧୮ରେ ସାମ୍ୱାଦଦାତା ଭାବରେ  କାମ କରିଥିଲେ ।

ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଫେବୃଆରୀ ୨୩ରେ  ଲିଥିୟମ୍ ବ୍ୟାଟେରୀ କାରଣରୁ ଆପର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ୧୭ ଜଣ ଆହତ ହୋଇଛନ୍ତି । ଆପର୍ଟମେଣ୍ଟରେ ଥିବା ଲୋକମାନଙ୍କୁ  ଦଉଡି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା କୁହାଯାଉଛି । ’’

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,’’ ଆପର୍ଟମେଣ୍ଟର ଉପର ଭାଗରେ ପ୍ରଥମେ ନିଆଁ ଲାଗିଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡୁଥିଲେ । ’’

ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି,‘‘ ଆପର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଏତେ ଭୀଷଣ ରୂପରେ ନିଆଁ ଲାଗିଥିଲା ଯେ ପାହାଚକୁ ଯାଉଥିବା ରାସ୍ତାକୁ ଅବରୋଧ କରିଥିଲା ।’’

ଏହି ଘଟଣା ପରେ  ବିଲଡିଂ ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.