Latest Odisha News

BREAKING NEWS

ଟିକାକରଣ ସାର୍ଟିଫିଟେକରେ ତଥ୍ୟ ଭୁଲ୍ ଥିଲେ ଏମିତି କରିପାରିବେ ସଂଶୋଧନ

ନୂଆଦିଲ୍ଲୀ: ଟିକାକରଣ ସାର୍ଟିଫିକେଟରେ ତଥ୍ୟ ଭୁଲ୍ ଥିଲେ ଆଉ ଚିନ୍ତା କରିବାର କିଛି ନାହିଁ । ଠିକ୍ କରି ହେବ । କୋଓ୍ୱିନ୍ ପୋର୍ଟାଲରେ ଏନେଇ ସୁବିଧା ଉପଲବ୍ଧ ହୋଇଛି । ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ କରାଯାଇପାରିବ । ଟିକା ନେଇଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗଗତ ତ୍ରୁଟି ଥିଲେ ଓ୍ୱେବସାଇଟରେ ‘ଜବସସଗ୍ଦର ବଦ୍ଭ ଓଗ୍ଦଗ୍ଦଙ୍କର’ କ୍ୟାଟେଗୋରୀ ରହିଛି । ସେଠାରେ କ୍ଲିକ୍ କରି ସଂଶୋଧନ କରିପାରିବେ ।

ଟିକା ନେବା ପରେ ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଦିଆଯାଉଛି । ଯେଉଁଥିଲେ ଟିକା ନେଇଥିବା ବ୍ୟକ୍ତିଙ୍କ ନାମ, ଠିକଣା ଓ ଟିକା ନେଇଥିବା ତାରିଖ ଉଲ୍ଲେଖ ରହୁଛି । ସେଥିରେ ଭୁଲ୍ ଥିଲେ ଏଣିକି ସଂଶୋଧନ କରିହେବ । କେବଳ ନାମ, ଜନ୍ମ ଓ ଲିଙ୍ଗଗତ ସଂଶୋଧନ ଉପଲବ୍ଧ ହେବ ।

ଟିକା ନେବାକୁ କୋଓ୍ୱିନ୍ ପୋର୍ଟାଲ ସହ ଆରୋଗ୍ୟ ସେତୁ ଓ ଉମଙ୍ଗ ଆପ ଜରିଆରେ ବି ପଞ୍ଜିକରଣ କରିପାରିବେ । କୋଓ୍ୱିନ୍ ପୋର୍ଟାରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ସମେତ ୧୦ ଭାଷାରେ ପଞ୍ଜିକରଣ ସୁବିଧା ଉପଲବ୍ଧ ହେଉଛି ।

Comments are closed.