Latest Odisha News

ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ।  ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା କ୍ରେଡିଟ କାର୍ଡ ଋଣ ସମ୍ବନ୍ଧରେ କଠୋର ନିୟମ ଲାଗୁ କରିଛି। ଏପର୍ଯ୍ୟନ୍ତ ଗ୍ରାହକମାନେ ବ୍ୟାଙ୍କରୁ ସହଜରେ ଋଣ ପାଇ ପାରୁଥିଲେ। ଯାହାର ପ୍ରକ୍ରିୟା ବହୁତ ସହଜ ଥିଲା କିନ୍ତୁ ବର୍ତ୍ତମାନ ତାହା କଷ୍ଟ ହୋଇଯିବ।

ଆରବିଆଇର ନୂତନ ନିୟମ ଅନୁଯାୟୀ, ସାଧାରଣ ଲୋକଙ୍କ ପାଇଁ ବ୍ୟକ୍ତିଗତ ଋଣ ନେବା ଏବଂ କ୍ରେଡିଟ କାର୍ଡ ଋଣ ନେବା ସହଜ ନୁହେଁ। କାରଣ ବର୍ତ୍ତମାନ ଏପରି ଋଣ ଦେବା ପୂର୍ବରୁ ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କ ବ୍ୟାକଗ୍ରାଉଣ୍ଡ ଚେକ୍ କରାଯିବ। ଏହା ପରେ ହିଁ ଗ୍ରାହକଙ୍କୁ ଋଣ ଦେବା ଉପରେ ଧ୍ୟାନ ଦିଆଯିବ। ପୂର୍ବରୁ ବ୍ୟାଙ୍କ ପର୍ସନାଲ ଲୋନ୍ ଦେବା ପୂର୍ବରୁ ଗ୍ରାହକଙ୍କ ବ୍ୟାକଗ୍ରାଉଣ୍ଡ ଚେକ୍ କରୁନଥିଲା। କିନ୍ତୁ ବର୍ତ୍ତମାନ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି।

ଆରବିଆଇର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଋଣ ନେବା ପାଇଁ ଏକ ଗ୍ୟାରେଣ୍ଟି ଦରକାର ହେବ। ସରଳ ପ୍ରକ୍ରିୟା ହେତୁ ବ୍ୟକ୍ତିଗତ ଋଣ ଏବଂ କ୍ରେଡିଟ୍ କାର୍ଡ ଋଣ ଗ୍ରହଣ କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ସହିତ, ଏହିପରି ଋଣର ଡିଫଲ୍ଟରଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପୂର୍ବରୁ ଏହି ଋଣଗୁଡିକରେ ଗ୍ରାହକଙ୍କଠାରୁ ଗ୍ୟାରେଣ୍ଟି ନିଆଯାଇନଥିଲା, ତେଣୁ ବ୍ୟାଙ୍କକୁ ବହୁ କ୍ଷତି ସହିବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ଆରବିଆଇ ଏବେ ନିୟମ କରିଛି ଯେ ସର୍ବପ୍ରଥମେ ଗ୍ରାହକଙ୍କ ଆର୍ଥିକ ଅବସ୍ଥା ଯାଞ୍ଚ କରାଯିବ। ଯାହାଦ୍ୱାରା ଦ୍ରୁତଗତିରେ ବଢୁଥିବା ଡିଫଲ୍ଟର ସଂଖ୍ୟା ହ୍ରାସ ହୋଇପାରିବ।

କରୋନା ମହାମାରୀ ପରେ ସାଧାରଣ ଲୋକ ପର୍ସନାଲ ଲୋନ୍ ଏବଂ କ୍ରେଡିଟ କାର୍ଡ ଆଡକୁ ମୁହାଁଇଛନ୍ତି। କାରଣ ଏହାର ପ୍ରକ୍ରିୟା ବହୁତ ସହଜ ଥିଲା। ୨୦୨୨ ମସିହାରେ ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ସବୁଠାରୁ ଅଧିକ ଦେଖାଗଲା। ଯାହା ୭.୮ କୋଟିରୁ ୯.୯ କୋଟିରେ ବୃଦ୍ଧି ପାଇଥିଲା। କେବଳ ଏତିକି ନୁହେଁ, କ୍ରେଡିଟ କାର୍ଡ ଜରିଆରେ ଋଣ ନେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧.୩ ଲକ୍ଷରୁ ୧.୭ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଫେବୃଆରୀ ୨୦୨୩ ରେ, ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ମୁଦ୍ରାସ୍ଫୀତି ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ଆଗାମୀ ସମୟରେ ଡିଫଲ୍ଟରଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନାକୁ ହୃଦୟଙ୍ଗମ କରିଛି। ଯେଉଁ କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏକ ନୂତନ ନିୟମ କରି ପର୍ସନାଲ ଲୋନ୍ ଏବଂ କ୍ରେଡିଟ କାର୍ଡ ଲୋନର ନିୟମକୁ କଠୋର କରିଛି।

Comments are closed.