Latest Odisha News

BREAKING NEWS

ଓଡିଶା ବ୍ୟବସାୟୀ ହରିହର ମହାପାତ୍ର ଓ ପତ୍ନୀ ପ୍ରୀତି ସେଟ୍, ସ୍ପାଇସଜେଟରେ କଲେ ୧୯% ବିନିଯୋଗ

ମୁମ୍ବାଇ: ବିମାନ କମ୍ପାନୀ ସ୍ପାଇସେଜେଟ ର ବର୍ତ୍ତମାନ ଆର୍ଥିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ଏହି ସ୍ଥିତି ରେ ସୁଧାର ଆଣିବାକୁ ତୁରନ୍ତ ନିବେଶ ଆବଶ୍ୟକ ରହିଛି । ଆଉ ଏହାର ଏପରି ସମୟରେ ବିମାନ କମ୍ପାନୀର ସ୍ଥିତି ରେ ସୁଧାର ଆଣିବା ପାଇଁ ଆଗେଇ ଆସିଛନ୍ତି ମୁମ୍ବାଇ ରେ ରହୁଥିବା ଓଡିଆ ବ୍ୟବସାୟୀ ହରିହର ମହାପାତ୍ର ଓ ତାଙ୍କ ପତ୍ନୀ ପ୍ରିତି ମହାପାତ୍ର । ସେ ସ୍ପାଇସଜେଟରେ ୧୧୦୦ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିନିଯୋଗ ପରେ ସେ କମ୍ପାନୀର ୧୯ ପ୍ରତିଶତ ଅଂଶୀଦାର ହେବେ ।

ଏହି ନିବେଶ ପରେ କମ୍ପାନୀ ପ୍ରମୋଟର ଅଜୟ ସିଂଙ୍କ ଅଂଶିଦାରୀ ୫୬.୪୯ ପ୍ରତିଶତରୁ ୩୮.୫୫ ପ୍ରତିଶତକୁ ହ୍ରାସ ପାଇବ । ତେବେ ହରିହର ମହାପାତ୍ର ଏବଂ ତାଙ୍କ ପତ୍ନୀ ପ୍ରୀତି ମହାପାତ୍ର ମୁମ୍ବାଇ ସ୍ଥିତ ମହାପାତ୍ର ୟୁନିଭର୍ସାଲ୍ ଲିମିଟେଡ୍ କମ୍ପାନୀର ପ୍ରମୋଟର ଅଟନ୍ତି । ଏହି କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ହରିହର ମହାପାତ୍ରଙ୍କର ୧୬ ବର୍ଷରୁ ଅଧିକ ବ୍ୟବସାୟିକ ଅଭିଜ୍ଞତା ରହିଛି । ସେ ଏମବିଏ ଅଧ୍ୟୟନ କରିଛନ୍ତି । ତାଙ୍କ କମ୍ପାନୀ ମହାପାତ୍ର ୟୁନିଭର୍ସାଲ୍ ଲିମିଟେଡ୍ ଇନଫ୍ରାଷ୍ଟକଚର, କନସଲଟାନ୍ସି, କଞ୍ଜୁମର, ରିଏଲ୍ ଇଷ୍ଟେଟ୍ ଏବଂ ରିଟେଲ ଭଳି ଅନେକ ପ୍ରକାରର ବ୍ୟବସାୟ କରିଥାଏ ।

ସେହିପରି ହରିହର ମହାପାତ୍ରଙ୍କ ପତ୍ନୀ ପ୍ରୀତି ମହାପାତ୍ର ଇଣ୍ଟରନ୍ୟାସନାଲ ବିଜନେସ ଫାଇନାନ୍ସ ଓ ଏକ୍ସପର୍ଟ ମ୍ୟାନେଜମେଣ୍ଟରେ ଏକ୍ସପର୍ଟ ଡିଗ୍ରୀ ହାସଲ କରିଛନ୍ତି । ମହାପାତ୍ର ୟୁନିଭର୍ସାଲ୍ ଲିମିଟେଡ୍ କମ୍ପାନୀ ଅନୁଯାୟୀ, ପ୍ରୀତି ୟୁରୋପ, ଏସିଆ ଏବଂ ମିଡିଲ୍ ଇଷ୍ଟ ରେ ଅନେକ ବ୍ରାଣ୍ଡ ଲଞ୍ଚ କରିଛନ୍ତି । ସୋସିଆଲ ଓ୍ବାର୍କ ରେ ତାଙ୍କର ବିଶେଷ ଆଗ୍ରହ ରହିଛି ଏବଂ ଏନଜିଓ ମଧ୍ୟ ପରିଚାଳନା କରନ୍ତି ।

ତେବେ ଅତୀତରେ ଗୁଜୁରାଟର ଖଜୋଦ ରେ ଦେଶର ସବୁଠାରୁ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ନେଇ ଏକ ଘୋଷଣା ରେ ହରିହର ମହାପାତ୍ର ଲୋକଲୋଚନକୁ ଆସିଥିଲେ । ତେବେ ସେ ଏହି ପ୍ରକଳ୍ପ ବିଷୟରେ ଅଧିକ ସୂଚନା ସେୟାର କରିନଥିଲେ ।

ପ୍ରୀତି ମହାପାତ୍ର ରାଜନୀତି ରେ ଆଗ୍ରହ ରଖନ୍ତି । ୨୦୧୬ ମସିହାରେ ସେ ମଧ୍ୟ ବିଜେପି ସମର୍ଥନରେ ରାଜ୍ୟସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କଂଗ୍ରେସର କପିଲ ସିବଲଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଯଦିଓ ସେ ଏହି ନିର୍ବାଚନରେ ​​ହାରିଯାଇଥିଲେ । ସେହି ବର୍ଷ ଦାଖଲ ହୋଇଥିବା ନିର୍ବାଚନ ଆଫିଡେଭିଟରେ ୨୩ କୋଟି ଟଙ୍କା ସମ୍ପତ୍ତି ଏବଂ ୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଘୋଷଣା କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାମୀଙ୍କ ନିଟ୍ ମୂଲ୍ୟ ଜଣା ପଡିନାହିଁ ।

ସେହିପରି, ଜାନୁଆରୀ ୨୦ ତାରିଖ ୨୦୧୫ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତିଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ରହିଥିଲା । ଔରଙ୍ଗାବାଦର ଜଣେ ଡାକ୍ତର ଦମ୍ପତିଙ୍କ ଠାରୁ ୫.୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଔରଙ୍ଗାବାଦର ଏହି ଦମ୍ପତିଙ୍କୁ ବାନ୍ଦ୍ରା ଅଞ୍ଚଳରେ ଏକ ୧୦ ମହଲା କୋଠାରେ ଏକ ଫ୍ଲାଟ ଏବଂ ସେୟାର ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ପରେ କିନ୍ତୁ ଏହି ପ୍ରତିଶୃତି ପୂରା ନକରିବାରୁ ତାଙ୍କ ନାଁରେ ଅଭିଯାଗ ଆଣିଥିଲେ ଡାକ୍ତର ଦମ୍ପତ୍ତି ।

Leave A Reply

Your email address will not be published.