Latest Odisha News

BREAKING NEWS

ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ

ପୁରୀ :  ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ  । ବାର୍ଷିକ ଦରମା ବୃଦ୍ଧି  କରାଯିବା ସହ  ଯଦି କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସାଧାରଣ ଲୋକଙ୍ଲୋକର ଆକ୍ରମଣର ଶିକାର ହେଉଛନ୍ତି ତେବେ  ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରାଯାଇଛି ।  କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୧୦୮ ଆମ୍ବୁଲାନ୍ତ ସଂଘ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ସେହିପରି ୧୦୮ ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା କରିବା ,  ଶୌଚାଳୟ ,  ବିଶ୍ରାମ ଗୃହର ସୁବିଧା କରିବାକୁ ସଂଘ ଦାବି କରିଛି  । ଏପରିକି ଆକସ୍ମିକ ଭାବେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟୁଛି ତେବେ ୨୦ ଲକ୍ଷ ଅନୁକମ୍ପା ରାଶି ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଦିଆଯିବା ଲାଗି ଦାବି କରିଛନ୍ତି  ୧୦୮ଆମ୍ବୁଲାନ୍ସ ସଂଘ ।

Leave A Reply

Your email address will not be published.