Latest Odisha News

ପେଷ୍ଟେଲ୍ ସିକ୍ୱିନ୍ ଠାରୁ ବୋଲ୍ଡ ନିୟାନ୍, ୨୦୨୪ ରେ ରାଜ୍ କରିବ ଏହି ୫ ସୁନ୍ଦର ଟ୍ରେଣ୍ଡି ଶାଢୀ

ନୂଆଦିଲ୍ଲୀ: ଶାଢୀ ହେଉଛି ଭାରତୀୟ ସଂସ୍କୃତିର ଏକ ନିଆରା ପରିଧାନ । ଯାହା ପରମ୍ପରା ଏବଂ ଫ୍ୟାଶନର ଏକ ଭିନ୍ନ ମିଶ୍ରଣ ପ୍ରଦାନ କରେ । ଚଳିତବର୍ଷ ବିଶ୍ୱ ଶାଢୀ ଦିବସରେ, ଫ୍ୟାଶନ ଦୁନିଆରେ ୫ ଟି ସ୍ୱତନ୍ତ୍ର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା, ଯାହାକି ୨୦୨୪ ରେ ଶାଢୀ ର ଲୁକ୍ କୁ ଆହୁରି ବଢାଇବ । ଏହି ଟ୍ରେଣ୍ଡ୍ ଗୁଡିକ ଗ୍ଲିଟର ଏବଂ ଗ୍ଲାମର ସହିତ ବୋଲ୍ଡ ଏବଂ କ୍ଲାସିକ୍ ଉଭୟ ଶୈଳୀ ରେ ଅନ୍ତର୍ଭୁକ୍ତ । ତେବେ ଆସନ୍ତୁ ଜାଣିବା ୨୦୨୪ ରେ କେଉଁ ଶାଢୀ ଫ୍ୟାଶନ୍ ଦୁନିଆରେ ରାଜ୍ କରିବ ।

ଯଦି ଆପଣ କ୍ଲାସିକ୍ ଓ ଏଲିଗେଣ୍ଟ ଲୁକ୍ ପସନ୍ଦ କରନ୍ତି, ତେବେ ବର୍ଡରଲେସ ଶାଢୀ ଆପଣଙ୍କର ପସନ୍ଦ ହୋଇପାରେ । ଏହି ଶାଢୀ ରେ ଚଉଡା ଓ ଭାରି ବର୍ଡର ପରିବର୍ତ୍ତେ, ପତଳା କିମ୍ବା ହାଲୁକା ବର୍ଡର କିମ୍ବା ଆଦୌ ବର୍ଡର ନଥିବା ଡିଜାଇନ ରହିଥାଏ । ରେଶମ, ସୂତା କିମ୍ବା ଶିଫନ୍ ପରି ନରମ କପଡ଼ାରେ ନିର୍ମିତ ବର୍ଡର ବିହିନ ଶାଢୀ ଆପଣଙ୍କୁ ଏକ ସୁନ୍ଦର ଲୁକ୍ ଦେବ ।

ଯଦି ଆପଣ ବୋଲ୍ଡ ଲୁକ୍ ପସନ୍ଦ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ୨୦୨୪ ରେ ନିଆନ୍ ଶାଢୀର ଟ୍ରେଣ୍ଡକୁ ନିଶ୍ଚେ ପସନ୍ଦ କରିବେ । ହଟ୍ ପିଙ୍କ, ଲେମନ ୟେଲୋ ଏବଂ ଗ୍ରୀନ୍ ନିଆନ୍ ପରି ଉଜ୍ଜ୍ୱଳ ରଙ୍ଗର ଶାଢୀ ଗୁଡିକ ଆପଣଙ୍କୁ ଭିଡ଼ ମଧ୍ୟରେ ଅଲଗା ଲୁକ ଦେବ ଏବଂ ଆପଣଙ୍କ ଷ୍ଟାଇଲ ରେ ଏକ ୟୁନିକ ଏଲିମେଣ୍ଟ ଯୋଡିବ ।

୨୦୨୩ ରେ ପେଷ୍ଟେଲ୍ ସିକ୍ୱିନ୍ ଶାଢୀ ର ଟ୍ରେଣ୍ଡ ବେଶ ଲୋକପ୍ରିୟ ଥିଲା ଏବଂ ଏହା ୨୦୨୪ ରେ ମଧ୍ୟ ଏହାର ସମାନ କ୍ରେଜ୍ ଜାରି ରଖିବାକୁ ଯାଉଛି । ଲାଭେଣ୍ଡର, ମିଣ୍ଟ ଗ୍ରୀନ୍, ବ୍ଲସ୍ ପିଙ୍କ, ପେଷ୍ଟଲ୍ ୟେଲୋ, ପିଚ କଲର ଭଳି ନରମ ରଙ୍ଗର ଶାଢୀ, ଯାହା ଉପରେ ନରମ ସିକ୍ବେନ ର କାମ ହୋଇଥିବ ପାର୍ଟି, ମ୍ୟାରେଜ ଫଙ୍କସନ୍ ଓ କିଛି ସ୍ପେସାଲ ଅକେଜନ ରେ ବିଶେଷ ଉତ୍ସବ ପାଇଁ ଏହା ପରଫେକ୍ଟ ପସନ୍ଦ ଅଟେ ।

ଟିସୁ ଶାଢୀ ରେ ସୂକ୍ଷ୍ମ ଏବଂ ପତଳା ଫାବ୍ରିକ୍ ବ୍ୟବହାର ହୋଇଥାଏ, ଯାହା ଶାଢୀକୁ ଅତି ହାଲୁକା ଏବଂ ଗ୍ଲାମରସ୍ କରିଥାଏ । ଏହି ଶାଢୀ ଉପରେ ଜରି କାମ ଏହାକୁ ଅଧିକ ସୁନ୍ଦର କରିଥାଏ । ୨୦୨୪ର ବିବାହ ଋତୁ ପାଇଁ ଶାଢୀ ଗୁଡିକ ଟପ ଟ୍ରେଣ୍ଡ ହେବାକୁ ଯାଉଛି ।

ବନାରସୀ ଶାଢୀ ର କ୍ଲାସିକ୍ ଲୁକ୍ ସବୁବେଳେ ଫ୍ୟାଶନର ଶୀର୍ଷରେ ରହିଥାଏ । ଆଉ ଏବେ ଏହି ଶାଢୀର ନୂଆ ନୂଆ ଡିଜାଇନ୍ ୨୦୨୪ ମସିହାରେ ଫ୍ୟାସନ ପ୍ରେମୀ ମାନଙ୍କୁ ବେଶ ଆକର୍ଷିତ କରିବ । ଗୋଲଡେନ ଜରିକାମ, ଜରୀ ବର୍ଡର ଏବଂ ରିଚ୍ ଫ୍ୟାବ୍ରିକ ସହିତ ବନାରସୀ ଶାଢୀ ଯେକୌଣସି ବିଶେଷ ଉତ୍ସବରେ ଉପଯୁକ୍ତ ବୋଲି ପ୍ରମାଣିତ ହେବ ।

Leave A Reply

Your email address will not be published.