Latest Odisha News

BREAKING NEWS

ନ୍ୟାଶନାଲ ଟେକ୍ନୋଲୋଜି ଡେ: ଜାପାନ ଶୀର୍ଷରେ, ଭାରତ ୧୭ତମ ସ୍ଥାନରେ

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଟେକ୍ନାଲୋଜି ଡେ । ବୈଷୟିକ ଜ୍ଞାନକୌଶଳରେ ଆଗକୁ ବଢ଼ିବା ପାଇଁ ସମସ୍ତ ଦେଶ ଚାହାନ୍ତି । ତେବେ ଆନ୍ତର୍ଜାତୀୟ ବଜାର ଉପରେ ଦୃଷ୍ଟି ପକାଇଲେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଜାପାନ ଏବଂ ଏହା ପଛକୁ ଆମେରିକା ରହିଛି । ଭାରତ ୧୭ତମ ସ୍ଥାନରେ ରହିଛି । ୧୯୯୮ରେ ମେ ୧୧ରେ ଭାରତ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲା । ସେବେଠାରୁ ଏହି ଦିନକୁ ନ୍ୟାଶନାଲ ଟେକ୍ନୋଲୋଜି ଡେ ଭାବେ ପାଳନ କରାଯାଉଛି । ଆମେରିକା, ଚୀନ ଓ ଜାପାନ ଏ ବାବଦକୁ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଭାରତ ଏବେ କିନ୍ତୁ ଏଥିରେ ପୂର୍ବାପେକ୍ଷା କମ ଖର୍ଚ୍ଚ କରୁଛି । ତେବେ ବିଶେଷଜ୍ଞଙ୍କ ମତରେ ଦୁନିଆରେ ଆଗରେ ରହିବାକୁ ହେଲେ ବିଜ୍ଞାନ ଏବଂ ଜ୍ଞାନକୌଶଳକୁ ଆଦରିବାକୁ ପଡିବ । ଭାରତରେ ପ୍ରତିଭାର ଅଭାବ ନାହିଁ କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିପାରୁ ନାହିଁ । ଆଇଆଇଟି, ଏନଆଇଟି ପରି ସଂସ୍ଥାରେ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

BjdElectrycity

ପ୍ରଥମ ୨୦ଟି ସ୍ଥାନରେ ଥିବା ଦେଶ: ୧.ଜାପାନ, ୨.ଆମେରିକା, ୩.ଦକ୍ଷିଣ କୋରିଆ, ୪.ଜର୍ମାନୀ, ୫.ସିଙ୍ଗାପୁର, ୬.ବ୍ରିଟେନ, ୭.ସ୍ୱିଡେନ, ୮.ଇସ୍ରାଏଲ, ୯.ଚୀନ, ୧୦.ସୁଇଜରଲାଣ୍ଡ, ୧୧.ରୁଷ, ୧୨.କାନାଡା, ୧୩.ଫିନଲାଣ୍ଡ, ୧୪.ନେଦରଲାଣ୍ଡ, ୧୫.ନରୱେ, ୧୬.ଡେନମାର୍କ, ୧୭.ଭାରତ, ୧୮.ୟୁଏଇ, ୧୯.ଅଷ୍ଟ୍ରେଲିଆ, ୨୦.ହଙ୍ଗକଙ୍ଗ ।

Leave A Reply

Your email address will not be published.