Latest Odisha News

କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ ବାଲେଶ୍ୱର ପରିବାର ଅଦାଲତରେ ବିଷ ପିଇଦେଲେ ମହିଳା ଓକିଲ ।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହେବା ଅଭିଯୋଗ କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

ମହିଳା ଓକିଲ ଜଣକ ହେଉଛନ୍ତି ରାଜଶ୍ରୀ ବାରିକ । ସ୍ୱାମୀଙ୍କୁ ଛାଡ଼ପତ୍ର ନେଇ ୨୦୧୧ରୁ ପରିବାର ଅଦାଲତରେ ମାମଲା ବିଚାରାଧୀନ ରହିଛି । ଆଜି କୋର୍ଟ ରୁମରେ ସ୍ୱାମୀଙ୍କୁ ଜେରା କରିଥିଲେ ରାଜଶ୍ରୀ । ଏହାପରେ ସେ କୋର୍ଟ ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ଓକିଲ ବନ୍ଧୁମାନେ  ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.