Latest Odisha News

BREAKING NEWS

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି ।

ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍ ରଖିଲେ ଆହୁରି ଆର୍କଷଣୀୟ ଦେଖାଯିବେ ।

ବ୍ୟାଣ୍ଡ୍ ହୋଲ୍ଜ- ବ୍ୟାଣ୍ଡ୍ ହୋଲ୍ଜ ଷ୍ଟାଇଲ୍ ଦାଢି ତିନି କୋଣିଆ, ଲମ୍ବାଲିଆ,ଓଭାଲ୍ ତଥା ଡାଇମଣ୍ଡ୍ ଶେପର ଫେସକୁ ବହୁତ ଆଟ୍ରାକ୍ଟିଭ୍ କରିଥାଏ ।

ଗାରିବାଲଡି ବ୍ୟାଣ୍ଡହୋଲ୍ଜ ଷ୍ଟାଇଲ୍ ଅପେକ୍ଷା ଏଥିରେ ଦାଢିର ଆକାର ଟିକେ ଛୋଟ ରହିଥାଏ, ହେଲେ ବି ଏହା ପ୍ରକାର ଦାଢି ଷ୍ଟାଇଲ, ଯାହା ଆୟତ କାର ଏବଂ ଓଭାଲ୍ ଫେସ୍ କଟ୍ କୁ ଭଲ ମାନିଥାଏ ।

ବାଲବୁ– ବର୍ତ୍ତମାନ ଖୁବ୍ ଚଳନରେ ଥିବା ଏହି ଦାଢି ଖୁବ୍ ପ୍ରସିଦ୍ଧ ହେବାରେ ଲାଗିଛି । ଦି ଆଭେଞ୍ଜସରସ୍ ଓ ଆଇରନ୍ ମ୍ୟାନ୍ ଭଳି ସୁପରହିଟ୍ ଫିଲ୍ମରେ ଏହି ଦାଢି ଷ୍ଟାଇଲ ରଖିଥିଲେ ଅଭିନେତା ମାନେ । ଫିଲ୍ମଟି ପପୁଲାର୍ ହେବା ସହ ଦାଢି ଷ୍ଟାଇଲ ମଧ୍ୟ ଯୁବପିଢିକୁ ଆର୍କଷିତ କରିଥିଲା ଓ ଏହି ଦାଢି ସରୁଆ ଥୋଡି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଖୁବ୍ ମାନିଥାଏ ।

ଶର୍ଟ, ମିଡିୟମ୍,ଏବଂ ଲଙ୍ଗ୍ ଷ୍ଟାଇଲ୍- ସାଧାରଣତଃ ସବୁ ଫେସ୍ ଶେପ୍କୁ ଏହି ତିନୋଟି ଦାଢି ଷ୍ଟାଇଲ୍ ସୁଟ୍ କରିଥାଏ । ବାସ୍ ଆପଣଙ୍କ ପସନ୍ଦ ମୁତାବକ ଏହି ଷ୍ଟାଇଲ୍ କରି ଆଟ୍ରାକ୍ଟିଭ୍ ଲୁକ୍ ପାଆନ୍ତୁ ।

ଫୁଲ୍ ବିୟର୍ଡ- ଏହି ଦାଢି ଷ୍ଟାଇଲକୁ ଅଧିକାଂଶ ବ୍ୟକ୍ତି ଆପଣେଇଥାନ୍ତି । ଏହି ଦାଢି ଷ୍ଟାଇଲ୍ ପାଇଁ କୌଣସି ଶେପ୍ ର ଆବଶ୍ୟକତା ପଡିନଥାଏ । ସାଧାରଣତଃ ଡାଏମଣ୍ଡ, ତ୍ରିକୋଣିଆ, ଇଭଟର୍ଡ ଟ୍ରାଏଙ୍ଗେଲ୍ ଫେସ୍ କୁ ଏହି ଷ୍ଟାଇଲ୍ ଭଲ ମାନିଥାଏ ।

Leave A Reply

Your email address will not be published.