Latest Odisha News

BREAKING NEWS

ବିଏସଏନଏଲର ନୂଆ ପ୍ଲାନରେ ପ୍ରତିଦିନ ମିଳିବ ୫ ଜିବି ଡାଟା; ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଗ୍ରାହକମାନଙ୍କ ଲାଗି ଆଣିବାକୁ ଯାଉଛି ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୫ ଜିବି ଯାଏଁ ଡାଟା।

ଜାଣନ୍ତୁ, ଏହି ନୂତନ ପ୍ଲାନ୍ ସମ୍ପର୍କରେ…

ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୫୯୮ ଟଙ୍କାରେ ମିଳିବାକୁ ଥିବା ପ୍ଲାନର ଭାଲିଡିଟି ୯୦ ଦିନ ରହିବା ସହ ପ୍ରତିଦିନ ୫ ଜିବି ଡାଟା ମିଳିବ ଗ୍ରାହକଙ୍କୁ । ଏଥିସହିତ ଏହି ପ୍ଲାନରେ କଲିଂ ଓ ଏସଏମଏସ  ସର୍ଭିସ ମଧ୍ୟ ପ୍ରଦାନ କରାଯାଉଛି । ଦୈନିକ ମିଳୁଥିବା ୫ ଜିବି ଡାଟା ସରିଗଲେ ଏହାର ସ୍ପିଡ କମିଯାଇ ୮୦ କେବିପିଏସ୍ ହୋଇଯିବ । ତେବେ ଏହା ଏକ ସ୍ପେଶାଲ୍ ଟ୍ୟାରିଫ୍ ଭାଉଚର ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ବିଏସଏନଏଲ ନିଜର ୧୦୯୮ ଟଙ୍କାର ଅନ୍ୟ ଏକ ପ୍ଲାନ୍ ମଧ୍ୟ ରଖିଛି । ଯେଉଁଥିରେ ଗ୍ରାହକଙ୍କୁ ମୋଟ୍ ୩୭୫ ଜିବି ଡାଟା ସହ କଲିଂ ସୁବିଧା ପ୍ରଦାନ କରିବ । ଆହୁରି ମଧ୍ୟ ଏହା ବୈଧତା ୮୪ ଦିନ ରହିଥିବା ବେଳେ ଏଥିରେ ୧୦୦ ଏସଏମଏସ ମଧ୍ୟ ମିଳିବ ।

Leave A Reply

Your email address will not be published.