Latest Odisha News

BREAKING NEWS

ବିଜେଡି ବିଧାୟକ ବ୍ୟୋମକେଶଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର: ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନିଳିମା ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଗତକାଲି ଦେହାନ୍ତ ଘଟିିଛି ।

ପ୍ରାପ୍ତ ସୂଚନାନୁଯାୟୀ ଘରୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ତାଙ୍କର ଏକ ସର୍ଜରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ସହରର ଅନ୍ୟଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ନିଳିମାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।

୨୦୧୪ ମସିହାରେ ବ୍ୟୋମକେଶ ଓ ନିଳିମା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ରହିଛନ୍ତିି ।

Leave A Reply

Your email address will not be published.