Latest Odisha News

BREAKING NEWS

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୧ଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସୂଚନା ମିଳିଛି।

ସିଏମସିର ଟୁଇଟ୍ ଅନୁଯାୟୀ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ପାଞ୍ଚ ଏବଂ ବାକି ୬ଟି ମାମଲା ହୋମ୍ କ୍ବାରେନଣ୍ଟାଇନରେ ଚିହ୍ନଟ ହୋଇଛି। ସେଥିମଧ୍ୟରେ ଜଣେ କରୋନା ଯୋଦ୍ଧା ଏବଂ ଚାଉଲିଆଗଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମର ପାଞ୍ଚ ଜଣ କର୍ମଚାରୀ ରହିଛନ୍ତି।

ଏହି ନୂତନ ମାମଲାକୁ ମିଶାଇ ସହରରେ ମୋଟ୍ କରୋନା ସଂଖ୍ୟା ୧୧୬ ଛୁଇଁଛି। ଏହାଛଡା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି।

Comments are closed.