Latest Odisha News

BREAKING NEWS

ଆଜି ଗୁରୁ ପୂର୍ଣ୍ଣିମା: ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର: ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା । ଆଷାଢ଼ ମାସ ପୂର୍ଣ୍ଣିମା ଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କର ଏହା ହେଉଛି ଜନ୍ମତିଥି। ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ ଥିଲେ ବ୍ୟାସଦେବ।ବେଦମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣନୁଯାୟୀ ଭିନ୍ନଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ଋଷି ବେଦବ୍ୟାସ ଭାବେ ପରିଚିତ।ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।

ପରମ୍ପରାରେ ଗୁରୁମାନେ ନିଜ ଶିଷ୍ୟଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି। ଏଣୁ ଶାସ୍ତ୍ର କହେ

“ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ।ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ”।

‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି।ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି।ଗୁରୁ ଅର୍ଥରେ ସେ ମହାମହିମ।ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି।

ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ରହିଛି ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ ।ବୌଦ୍ଧ ଧର୍ମରେ ଦଳାଇଲାମାଙ୍କୁ ଗୁରୁ ଭାବରେ ପୂଜନ କରାଯାଏ।

Leave A Reply

Your email address will not be published.