ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି।
ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 25th Nov (till 9am) pic.twitter.com/tf0KppcZZq— BMC (@bmcbbsr) November 25, 2020
ଯାହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୦,୫୬୩ରେ ପହଂଚିଛି । ସେଥି ମଧ୍ୟରୁ ୨୯,୮୨୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି ।
ଅପରପକ୍ଷରେ ୫୧୧ଟି ସକ୍ରିୟ ମାମଲା ରହିଥିବା ବେଳେ ୨୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
Comments are closed.