Latest Odisha News

BREAKING NEWS

Twitterକୁ ଟକ୍କର ଦେବାକୁ ଆସିଲା ସ୍ବଦେଶୀ Tooter

ନୂଆଦିଲ୍ଲୀ: ଆମେରିକୀ ମାଇକ୍ରୋ ବ୍ଲୋଗିଂ ୱେବସାଇଟ୍ Twitterକୁ ଟକ୍କର ଦେବ ଭାରତୀୟ Tooter ? କ’ଣ ଆପଣ Tooter ଜଏନ୍ କରିବେ ? ମାଇକ୍ରୋ ବ୍ଲୋଗିଂ ୱେସାଇଟରେ Tooterକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । ଅନେକ ଲୋକେ ଏହାକୁ Twitterର କପି ବୋଲି କହୁଛନ୍ତି । ଆଉ କେହି ସ୍ବଦେଶୀ ହୋଇଥିବାରୁ ଦେଶର ହିତ ପାଇଁ ଜଏନ କରିବାକୁ କହୁଛନ୍ତି ।

ଏହା ଭାରତରେ ନିର୍ମିତ ଓ ସ୍ବଦେଶୀ ସୋସିଆଲ ନେଟୱର୍କ ବୋଲି ଦାବି କରିଛି Tooter । Twitter ପରି Tooterରେ ମଧ୍ୟ ବ୍ଲୁ ଟିକ୍ ଦିଆଯାଉଛି । ଏହି Tooter ପ୍ରୋଫାଇଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ପରି ନାମୀ ଲୋକଙ୍କ ଭେରିଫାଇଡ୍ ପ୍ରୋଫାଇଲ ଦେଖିବାକୁ ମିଳୁଥିବା କୁହାଯାଉଛି । ସେହିପରି କିଛି ଫିଲ୍ମି କଳାକାରଙ୍କ ଆକାଉଣ୍ଟ ଥିବା ମଧ୍ୟ କୁହାଯାଉଛି । Tooter ପ୍ରାଇଭେଟ ଲିମିଟେଡର ସିଇଓ କହିଛନ୍ତି, ଯଦି କୌଣସି Twitter ୟୁଜର୍ସଙ୍କ ଫଲୋଅର୍ସ ୫ ହଜାରରୁ ଅଧିକ, ସେ Tooterକୁ ପ୍ରମୋଟ କରି ପଇସା ରୋଜଗାର କରିପାରିବେ ।

Leave A Reply

Your email address will not be published.