Latest Odisha News

କର୍ଣ୍ଣାଟକ ନିର୍ବାଚନ: ବିଜେପିରୁ ବିଦ୍ରୋହ କରି କଂଗ୍ରେସରେ ଯୋଗ ଦେଇଥିବା ନେତା ଜିତିଲେ ନା ହାରିଲେ ?

ନୂଆଦିଲ୍ଲୀଗତକାଲି କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଛି। ଏଥିରେ ବିଜେପିକୁ ପରାସ୍ତ କରି କଂଗ୍ରେସର ବିପୁଳ ବିଜୟ ହୋଇଛି। ଦଳ ୧୩୭ ଆସନରେ ବିଜୟ ହୋଇଥିବା ବେଳେ ବିଜେପି ମାତ୍ର ୬୫ରେ ସୀମିତ ରହିଯାଇଛି। ତେହେ ଏହି ନିର୍ବାନରେ ଯେଉଁ ନେତାମାନେ ଟିକେଟ୍‌ ନ ମିଳିବାରୁ ବିଦ୍ରୋହ କରି କଂଗ୍ରେସରେ ଯୋଗ ଦେଇଥିଲେ ସେମାନଙ୍କର ଜିତିଲେ ନା ହାରିଲେ ଆସନ୍ତୁ ଜାଣିବା।

ଜଗଦିଶ ଶେତ୍ତାର- ନିଜ ନିର୍ବାଚନ ମଣ୍ଡଳୀରେ  ହୁବଲୀ ଧାରୱାଦ ସେଣ୍ଟ୍ରାଲ୍‌ରୁ ଟିକେଟ୍ ମିଳିଲାନି ବୋଲି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେତ୍ତାର। କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ସେ ବିଜେପି ପ୍ରାର୍ଥୀ ମହେଶ ଟେଙ୍ଗୀନାକାଇଙ୍କ ଠାରୁ ୩୪ ହଜାରରୁ ଅଧିକ ଭୋଟ୍‌ରେ ହାରିଯାଇଛନ୍ତି। ତେବେ ତାଙ୍କ ପରାଜୟର କାରଣ  ଟଙ୍କା ବୋଲି ଜଗଦିଶ କହିଛନ୍ତି।

ଲକ୍ଷ୍ମଣ ସାବଦୀ– ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଆଉ ଜଣେ ବିଦ୍ରୋହୀ ନେତା ହେଲେ ଲକ୍ଷ୍ମଣ ସାବଦୀ। ସେ ବିଜେପିରେ ଥିଲା ବେଳେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। ହେଲେ ସାବଦୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଅଥାନୀ ଟିକେଟ୍ ନ ମିଳିବାରୁ ସେ ଅସନ୍ତୋଷ ହୋଇ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମହେଶ କୁମାଥାଲିଙ୍କୁ ୭୬ ହଜାର ୧୨୨ ଭୋଟ୍ରେ ହରାଇଲେ ଲକ୍ଷ୍ମଣ

ଏମ୍ପି କୁମାର ସ୍ୱାମୀ

ରିଜର୍ଭ ଥିବା ମୁଦିଗିର ଆସନରୁ ୩ ବିଧାୟକ ନିର୍ବାଚତି ହୋଇଥିବା ଏମ୍‌ପି କୁମାର ସ୍ୱାମୀ ଏଥର କିନ୍ତୁ ପରାଜୟ ହୋଇଛନ୍ତି। କୁମାର ସ୍ୱାମୀ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ଜେଡିଏସ୍‌ରେ ଯୋଗ ଦେଇଥିଲେ। ହେଲେ ଦଳ ଛାଡ଼ିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। କଂଗ୍ରେସ ପ୍ରାର୍ଥୀ ନୟନା ମୋତମ୍ମାଙ୍କ ଠାରୁ ୭୨୨ ଭୋଟ୍‌ରେ ହାରିଯାଇଛନ୍ତି ସେ ।

Comments are closed.