Latest Odisha News

BREAKING NEWS

ଆଗାମୀ ୨ଦିନ ଲାଗି ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ବନ୍ଦ; ଜାଣନ୍ତୁ କି କଟକଣା ରହିଛି…

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ଆଗାମୀ ୪୮ ଘଣ୍ଟା ତଥା ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟଡାଉନ କରାଯିବ ବୋଲି ଓଡିଶା ଡିଜିପି ଅଭୟ ପ୍ରକାଶ କରିଛନ୍ତି ।

ଏହି ୪୮ ଘଣ୍ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ସେ କହିଛନ୍ତି।

ଏପରିକି ଚିକିତ୍ସା ସେବା ଉପରେମଧ୍ୟ ପ୍ରତିବନ୍ଧକ ଲଗାଯିବ । “ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ସୀମିତ ମେଡିକାଲ ଷ୍ଟୋର ଗୁଡ଼ିକୁ ଖୋଲା ରହିବାକୁ ଅନୁମତି ଦିଆଯିବ। ଜରୁରୀକାଳୀନ ପରିସ୍ଥିତି ପାଇଁ ରୋଗୀଙ୍କୁ କେବଳ ଆମ୍ବୁଲାନ୍ସରେ ଡାକ୍ତରଖାନା ଯିବାକୁ ଅନୁମତି ଦିଆଯିବ। ଯେଉଁଥିପାଇଁ ଆମ୍ବୁଲାନ୍ସ ସଂଖ୍ୟାରେ ବୃଦ୍ଧି ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ କୁହାଯାଇଛି” ବୋଲି ସେ କହିଛନ୍ତି।

ଏହି ୪୮ ଘଣ୍ଟା ମଧ୍ୟରେ ପୂର୍ବରୁ ପ୍ରଦାନ କରାଯାଇଥିବା ଲକଡାଉନ୍ ପାସ୍ ସ୍ଥଗିତ ରହିବ । ସ୍ୱାସ୍ଥ୍ୟସେବା ଏବଂ ଟେଲିକମ୍ ଭଳି ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏକ ନୂତନ ସଟଡାଉନ୍ ପାସ୍ ପ୍ରଦାନ କରାଯିବ ।

ବିଭିନ୍ନ ଜାତୀୟ ରାଜପଥରେ ଯାଉଥିବା ସାମଗ୍ରୀ ଯାନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। “କଟକ-ଖୋର୍ଦ୍ଧା ରୋଡରେ କଟକଣା ରହିବ ନାହିଁ । ସେହିପରି ଭଦ୍ରକ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡିଗୁଡିକୁ ଉପରେ ମଧ୍ୟ ପ୍ରତିବନ୍ଧକ ରହିବ ନାହିଁ ବୋଲି ଡିଜିପି କହିଛନ୍ତି।

Comments are closed.