Latest Odisha News

BREAKING NEWS

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି।

ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ ଅନେକ ସମସ୍ୟା ଦୂର ହେବା ସହ ସକରାତ୍ମକ ଶକ୍ତି ମନରେ ପ୍ରବେଶ କରିଥାଏ । ରବିବାର ସୂର୍ଯ୍ୟଙ୍କୁ ଜଳଦାନ କରିବାର କଣ ରହିଛି ବିଧି ଜାଣନ୍ତୁ…

ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ଏବଂ ବିଶେଷ କରି ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ବହୁ ଚମତକାର ଉପକାର ମିଳିପାରିବ, ଯାହାକି ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇଦେବ ।

ମାତ୍ର ରବିବାର ସୂର୍ଯ୍ୟଙ୍କ ବାର ହୋଇଥିବାରୁ ଏହିଦିନ ବ୍ରହ୍ମ ମୁହୂର୍ତ୍ତରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାର ସହିତ ଜଳ ଅର୍ପଣ କରାଯାଇଥାଏ ।

ଜଳ ଅର୍ପଣ ସମୟରେ ସୂର୍ଯ୍ୟ ମନ୍ତ୍ର ଉଚ୍ଚାରଣ ପ୍ରାତଃକାଳରେ ସ୍ନାନ ପରେ ପରିଷ୍କାର ଲୁଗା ପିନ୍ଧି ସୂର୍ଯ୍ୟଙ୍କୁ ଉପାସନା କରାଯାଇଥାଏ ।

ଏକ ତମ୍ବା ବା ପିତଳ ନୋଟାରେ ଅଷ୍ଟଗନ୍ଧ, ନାଲି ଫୁଲ ଏବଂ କିଛି ଅକ୍ଷତ ରଖି ସେହି ଜଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ବିଶେଷ ଉପକାର ମିଳିଥାଏ ।

ଏହି ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟମନ୍ତ୍ର ‘ଓଁ ସୂର୍ଯ୍ୟାୟ ନମଃ’ ଉଚ୍ଚାରଣ କରିବା ଆବଶ୍ୟକ ।

ସୂର୍ଯ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ଗାୟତ୍ରୀ ମନ୍ତ୍ର ‘ଓଁ ଭୂର୍ଭୁବଃ ସ୍ୱଃ, ତତ୍ସବିତୁଃ ର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହୀ ଧୀୟୋ ୟୋନଃ ପ୍ରଚୋଦୟାତ’ ଉଚ୍ଚାରଣ କରିଲେ ସର୍ବକାର୍ଯ୍ୟ ସିଦ୍ଧି ହେବା ସହିତ ୨୧ ଦିନ ମଧ୍ୟରେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଅନ୍ୟଏକ ମନ୍ତ୍ର ‘ଓଁ ନମୋ ଆଦିତ୍ୟ ନାରାୟଣାୟଃ ନମଃ’ ଉଚ୍ଚାରଣ ମଧ୍ୟ କରିପାରନ୍ତି ।

Leave A Reply

Your email address will not be published.