Latest Odisha News

BREAKING NEWS

ଜାଣନ୍ତୁ, କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା

ଶରୀରରେ ହେମୋଗ୍ଲୋବିନର ଭାଗ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁସାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ ସଠିକ ଭାବେ ରହିଲେ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଆଦି ମୁଖ୍ୟ ଅଙ୍ଗ ଗୁଡିକ ଉତ୍ତମ ଭାବରେ କାମ କରିଥାଏ ।

ହେମୋଗ୍ଲୋବିନର ମାତ୍ରା କମ୍ ହେଲେ ଖାଇବା ପିଇବାରେ ଅନିୟମିତତା ଦେଖାଯାଇଥାଏ । ସବୁ ସମୟରେ ହାଲିଆ ଲାଗିବା ସହ କାର୍ଯ୍ୟ କରିବାର କ୍ଷମତା ମଧ୍ୟ କମିଯିବା ପରି ଅନୁଭବ ହୁଏ।

ଜାଣନ୍ତୁ ଘରୋଇ ଉପଚାର ମାଧ୍ୟମରେ କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା
ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ। ତେବେ ନିୟମିତ ଭାବେ ୫-୬ଟି ତୁଳସୀପତ୍ର ଚୋବାଇ ଖାଆନ୍ତୁ। ନଚେତ୍ ତୁଳସୀପତ୍ରକୁ ଛେଚି କୌଣସି ପାନୀୟ ଅଥବା ଚା’ରେ ମିଶାଇ ପିଅନ୍ତୁ। ମାସ କେଇଟାରେ ହିଁ ହେମୋଗ୍ଲୋବିନ୍ ସମସ୍ୟା ଦୂର ହୋଇଯିବ ।

ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼ ଇତ୍ୟାଦି ଖାଇଲେ ଏହା ହେମୋଗ୍ଲୋବିନର ମାତ୍ରା ଶରୀରରେ ଶୀଘ୍ର ବୃଦ୍ଧି କରାଇଥାଏ ।

ପାଚିଲା ପିଜୁଳିରେ ଲୌହ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ନିୟମିତ ଭାବେ ଗୋଟିଏ ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହେଇଥାଏ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି ।

Leave A Reply

Your email address will not be published.