Latest Odisha News

BREAKING NEWS

ଥମୁନି କରୋନା: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ମୃତ୍ୟୁ, ଯାତ୍ରା ଉପରେ ଲାଗିଲା କଟକଣା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୯୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୫,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ପ୍ରଭାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ନେଇ ପ୍ରଥମ ମାମଲା ନଜରକୁ ଆସିଛି । ଯାହାଫଳରେ ଯାତାୟାତ ଉପରେ କଟକଣା ଲଗାଇଛନ୍ତି ଟ୍ରମ୍ପ ସରକାର । ଏପରିକି କରୋନା ପ୍ରଭାବିତ ଇରାନ, ଇଟାଲି ଏବଂ ଦକ୍ଷିଣ କୋରିଆ ଭଳି ଦେଶକୁ ଆମେରିକା ବାସୀ ନଯିବା ନିର୍ଦ୍ଦେଶ ଦିଆଯାଇଛି ।

ଏହାବ୍ୟତିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କରୋନା ଭାଇରସ୍ ଦିନକୁ ଦିନ ମାରାତ୍ମକ ହେଉଥିବା ଦର୍ଶାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୫ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.