ଭୁବନେଶ୍ୱର: ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭାରୀ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି ।
ପୂଜା ମଣ୍ଡପ ତଥା ଦୋକାନ ବଜାରରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ କରାଯାଇଥିବା ନେଇ ସୂଚନା ମିଳିଛି ।
ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୪ ତାରିଖରୁ ୮ ତାରିଖ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିବ ନାହିଁ ।
- ଖଣ୍ଡଗିରି ଛକରୁ ପୋଖରୀପୁଟ ଛକ ଯାଏଁ (ଉଭୟ ପଟରୁ)
- ଫାୟାର ଟ୍ରେନିଂ ସ୍କୁଲ ଛକରୁ ଶିଶୁ ଭବନ ଛକ (ଉଭୟ ପଟରୁ) । ଏହାମଧ୍ୟରେ ପାଇକ ନଗର, ଶିରିପୁର ଏବଂ ଗଙ୍ଗନଗର ରହିବ ।
- ସିଆରପିରୁ ପାୱାର ହାଉସ୍ ଛକ (ଉଭୟ ପଟରୁ)
- ଜୟଦେବ ବିହାର ଛକରୁ ରାଜଭବନ ଛକ (ଉଭୟ ପଟରୁ) । ଏହାମଧ୍ୟରେ ବେହେରା ସାହି ଓ ଶାସ୍ତ୍ରୀନଗର ରହିବ ।
- ଜୟଦେବ ବିହାର ଛକରୁ ନନ୍ଦନକାନନ ଛକ (ଉଭୟ ପଟରୁ) ।
- ଆଚାର୍ଯ୍ୟ ବିହାର ଛକରୁ ନ୍ୟୁ ଏୟାରପୋର୍ଟ ଛକ (ଉଭୟ ପଟରୁ) ।
- ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ୍ (ଉଭୟ ପଟରୁ) ।
- ବାଣିବିହାର ଛକରୁ ଶିଶୁ ଭବନ ଛକ (ଉଭୟ ପଟରୁ) । ଏହାମଧ୍ୟରେ ରୂପାଲି ଛକ, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ୍ ଓ ରାଜମହଲ ଛକ ରହିବ ।
Comments are closed.