Latest Odisha News

BREAKING NEWS

ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ !

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ । ଡେଥୱାରେଂଟ ଉପରେ ରୋକ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ
କୋର୍ଟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଡେଥୱାରେଂଟ ରଦ୍ଦ କରିବା ନେଇ ଦିଲ୍ଲୀ ପଟିଆଲା ହାଉସ
କୋର୍ଟରେ ଆବେଦନ କରିଥିଲା । ଗୁରୁବାର ଏହାର ଶୁଣାଣି ହୋଇଛି । କୋର୍ଟ ସମସ୍ତ ଫାଶୀ ଦଣ୍ଡ କାର୍ଯ୍ୟକାରୀ ଉପରେ ରୋକ ଲଗାଇଛନ୍ତି ।

ପୂର୍ବରୁ ପଟିଆଲା ହାଉସ କୋର୍ଟ ହିଁ ଜାନୁଆରୀ ୭ ତାରିଖରେ ୪ ଦୋଷୀଙ୍କ ନାଁରେ ଡେଥ ୱାରେଂଟ ଜାରି କରିଥିଲେ । ଏହି ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ଫାଶୀ ଖୁଂଟରେ ଝୁଲା ହୋଇଥାନ୍ତା । ହେଲେ ଏହା ପରେ ଏବେ ରୋକ ଲାଗିଛି । ଡେଥ ୱାରେଂଟ ଜାରି ହେବା ପରେ ଦୋଷୀ ମୁକେଶ ପ୍ରଥମେ କ୍ୟୁରେଟିଭ ପିଟିସନ ଓ ପରେ ରାଜକ୍ଷମା ଆବେଦନ କରିଥିଲା ।

କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ରାଜକ୍ଷମାକୁ ଦିଲ୍ଳୀ ସରକାର ଓ ଉପରାଜ୍ୟପାଳ ଖାରଜ କରିଥିବା ବେଳେ ରାଷ୍ଟ୍ରପତିଙ୍କ
ନିଷ୍ପତିକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.