Latest Odisha News

BREAKING NEWS

ଶୀତ ଦିନେ ଫିଟ ରହିବାକୁ କଣ କରିବେ, ଜାଣନ୍ତୁ…

ଭୁବନେଶ୍ଵର: ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ନଦେଇ କେବଳ ବ୍ୟାୟମ କରନ୍ତି । ଶୀତ ଦିନେ ଗରମା ଗରମ ଖାଦ୍ୟ ତଥା ତେଲଛଣା ଖାଦ୍ୟ ଖାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ଓଜନ ବଢିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଡାଏଟ କଣ୍ଟ୍ରୋଲ ହେବା ସହ ପାଟିକୁ ଟେଷ୍ଟ ମଧ୍ୟ ଲାଗିଥାଏ । ଏହି ସବୁ ଖାଦ୍ୟକୁ ଖାଲି ପେଟରେ ଖାଇବା ଦ୍ୱାର ଓଜନ ମଧ୍ୟ କମିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ସେହି ଖାଦ୍ୟ ।

ଶୀତ ଦିନେ ସକାଳୁ ଉଠିବା ପରେ ଖାଲି ପେଟର ଉଷୁମ ପାଣି ଏବଂ ମହୁ ପିଅନ୍ତୁ । ମହୁରେ ମିନେରାଲ୍ସ, ଭିଟାମିନ, ଫ୍ଲେଭୋନୋଇଡସ ଏବଂ ଏଞ୍ଜାଇମ ଭରପୁର ମାତ୍ରାରେ ରହିଛି । ଏସବୁ ଜିନିଷ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏହା ସହ ଓଜନ କମ କରିବାରେ ମଧ୍ୟ ଏହା ବେଶ ସହାୟକ ହୁଏ ।

ଜଳଖିଆ କରିବା ପୂର୍ବରୁ ଖାଲି ପେଟରେ ଏକ ମୁଠାଏ ଡ୍ରାଏ ଫ୍ରୁଟସ ଖାଇବା ଉଚିତ, ଏହାଦ୍ୱାରା ପେଟ ସଫା ହୋଇଥାଏ । ଏହା ଖାଇବା ଦ୍ୱାରା ପାଚନକ୍ରିୟା ସୁସ୍ଥ ହେବା ସହ ପେଟର ପିଏଚ ସ୍ତର ସାମାନ୍ୟ ରହିଥାଏ । ଚର୍ବି ମଧ୍ୟ ଲାଗିନଥାଏ । ନିତିଦିନିଆ ଡାଏଟରେ ଡ୍ରାଏ ଫୁଡସ ସାମିଲ କରିବା ଉଚିତ । ଧ୍ୟାନ ରଖନ୍ତୁ, ଏହାକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ ଡାଏଟ କଣ୍ଟ୍ରୋଲ ହେବା ବଦଳରେ ପୁରା ବିଗିଡି ଯିବ ।

ପାଚିଲା ଭଣ୍ଡା ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।  ତେଣୁ ଏହାକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ । ଏହା ଖୁବ ସହଜରେ ବଜାରରେ ମିଳିଯାଏ । ଏହାକୁ ଆପଣ ପ୍ରତିଦିନ ନିଜ ବ୍ରେକଫାଷ୍ଟରେ ସାମିଲ କରିପାରିବେ । ପାଚିଲା ଭଣ୍ଡା କୋଲେଷ୍ଟ୍ରୋଲ କମ କରିବା ସହ ହୃଦରୋଗ ଜନିତ ସମସ୍ୟାକୁ ଦୂର କରିଥାଏ । ଓଜନ କମ୍‌ କରିବାରେ ମଧ୍ୟ ପାଚିଲା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆଲମଣ୍ଡ ଭଳି ଅଖରୋଟକୁ ମଧ୍ୟ ଭିଜାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶୁଖିଲା ବଦଳରେ ଭିଜା ଅଖରୋଟରେ ଅଧିକ ପୋଷକ ତତ୍ତ୍ୱ ଥାଏ । ତେଣୁ ପ୍ରତିଦିନ ୨ରୁ ୩ଟି ଅଖରୋଟ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଏହାଦ୍ୱାରା ଡାଏଟ କଣ୍ଟ୍ରୋଲ ରହିବା ସହ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

 

Comments are closed.