Latest Odisha News

ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ସହଯୋଗୀ ଗିରଫ

କଟକ: କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଉଭୟଙ୍କୁ କଟକ ଲାଲବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ । ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମାଗାଜିନ ଜବତ ହୋଇଛି ।

କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଡାନି ଓ ରାନିଆ ତାଙ୍କୁ ଘରୁ ଡାକି ନେଇଥିଲେ । ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବାକୁ ପ୍ରବର୍ତ୍ତାଉ ଥିଲେ । ଏଥିରେ ରାଜି ନହେବାରୁ ବନ୍ଧୁକ ଦେଖାଇ ଡରାଇଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉୟଭଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି ।

Leave A Reply

Your email address will not be published.