Latest Odisha News

ଜାଣନ୍ତୁ କେବେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ?

ପୁରୀ: ସବୁ ସମୟରେ ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । ତେବେ ଚଳିତବର୍ଷ କୁମାରପର୍ବ ପାଳନ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । କାରଣ ଉଭୟ କ୍ୟାଲେଣ୍ଡର ଓ ପାଞ୍ଜିରେ ଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ତଥା ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି ।

ସେହିପରି କ୍ୟାଲେଣ୍ଡରରେ ଯେଉଁଦିନ କୁମାର ପୂର୍ଣ୍ଣିମା ତାରିଖ ଉଲ୍ଲେଖ ରହିଛି ସେହି ତାରିଖରେ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ତାରିଖ ଭିନ୍ନ ରହୁଥିବାରୁ ତାକୁ ନେଇ ଦ୍ବନ୍ଦ୍ବ ରହୁଛି ।

ତେଣୁ ହବିଷ୍ୟାଳି ମାନେ କେବେ ସଙ୍କଳ୍ପ କରିବେ ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି ଯେ, ଆସନ୍ତା ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ସେହିପରି ୧୭ରେ କୁମାର ପୂର୍ଣ୍ଣିମା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏବଂ ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.