Latest Odisha News

BREAKING NEWS

ଟ୍ରେନ୍ ପଛରେ କାହିଁକି ଥାଏ ଛକି ଚିହ୍ନ ? ଜାଣନ୍ତୁ କାରଣ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ ।

ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିଥିଲେ, ଟ୍ରେନ ଚାଲିବା ସମୟରେ ବେଳେବେଳେ ବଗି ଗୁଡିକ ଟ୍ରେନ ଠାରୁ ଅଲଗା ହୋଇ ପଛରେ ରହିଯାଇଥିବାର କଥା ଆପଣ ମାନେ ଶୁଣିଥିବେ । ଏପରି ଘଟଣା ଘଟିଲେ ମଧ୍ୟ ଲୋକପାଇଲଟ ଏ ସମ୍ବନ୍ଧରେ କିଛି ଜାଣି ପାରନ୍ତି ନାହିଁ ।
ଫଳରେ ସେହି ଲାଇନରେ ଆସୁଥିବା ଅନ୍ୟ ଟ୍ରେନ ଗୁଡିକ ରହିଯାଇଥିବା ବଗିରେ ଧକ୍କା ହୋଇ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥାଏ । ଏହି କାରଣ ପାଇଁ ଟ୍ରେନର ଶେଷ ବଗିରେ ଛକି ଚିହ୍ନ ଦିଆଯାଇଥାଏ ।

ଟ୍ରେନଟି କୌଣସି ଦୁର୍ଘଟଣା ନହୋଇ ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନକୁ ଯାଇସାରିଛି ବୋଲି ଷ୍ଟେସନ ମାଷ୍ଟର ବା ଫାଟକ ଜଗୁଆଳୀ ମାନେ ଜାଣିପାରିଥାନ୍ତି । ଶେଷ ଡବାର ପଛପଟେ ଧଳା ବା ହଳଦିଆ ରଙ୍ଗର ଏହି ଛକି ଚିହ୍ନ ଦେଖିବାକୁ ମିଳିଥାଏ । ଟ୍ରେନର ଚେକିଙ୍ଗ୍ ପାଇଁ ଛକି ଚିହ୍ନ ବ୍ୟତିତ ଶେଷ ଡବାରେ ଏଲ୍ଭି ମଧ୍ୟ ଲେଖାଯାଇଥାଏ । ଯାହାର ଅର୍ଥ ‘ଲାଷ୍ଟ ଭେହିକିଲ୍’ । ଛକି ଚିହ୍ନ କିମ୍ବା ଏଲଭି ଚିହ୍ନ ଯଦି ରେଳ କର୍ମଚାରୀମାନେ ଦେଖିନପାରନ୍ତି । ତାମାନେ କିଛି ବଗି ଟ୍ରେନ ଠାରୁ ଅଲଗା ହୋଇ ପଛରେ ରହିଯାଇଛି । ଏପରିସ୍ଥଳେ କର୍ମଚାରିମାନେ ଆପାତଃକାଳୀନ ପଦକ୍ଷେପ ନେଇଥାନ୍ତି ।

Leave A Reply

Your email address will not be published.