Latest Odisha News

ଆସିଲା ସୁପ୍ରିମ ରାୟ: ସହମତିରେ ସମଲିଙ୍ଗୀ ସମ୍ପର୍କ ଆଇନସିଦ୍ଧ

ନୂଆଦିଲ୍ଲୀ: ସହମତିରେ ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ ! ସମ୍ବିଧାନର ଧାରା ୩୭୭ ଉଚ୍ଛେଦ କରିବା ପରି ଏକ ଐତିହାସିକ ଶୁଣାଣି କରିଛନ୍ତି ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ।

ଏବେ ଭାରତରେ ସମଲିଙ୍ଗୀ ସମାଜ ସମଲିଙ୍ଗୀ ଯୌନ ସମ୍ପର୍କ ରଖିପାରିବେ, ଏବେ ଏହା ଆଇନ ସିଦ୍ଧ ବୋଲି ଆଜି ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଦର୍ଶାଇଛନ୍ତି ।

ତେଣୁ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପରି ଯେଉଁ ବ୍ୟକ୍ତିଗତ ଅଧିକାର ଆଇନ ଅନଯାୟୀ କଟକଣା ରହିଥିଲା ଆଜିର ଶୁଣାଣିରେ ତାହାର ଅବସାନ ଘଟିଛି ।

ଭାରତରେ ସମଲିଙ୍ଗୀଙ୍କ ପକ୍ଷରୁ ଏନେଇ ନାନା ପ୍ରକାରର ଅନ୍ଦୋଳନ, ବିକ୍ଷୋଭ ତଥା ଏନେଇ ଚାଲିଥବା ବାଦବିବାଦର ଆଜି ପରିସମାପ୍ତି ଘଟିଛି ।

ବ୍ରିିଟିଶ ଅମଳରୁ ୧୫୮ ବର୍ଷ ଧରି ପ୍ରଚଳିତ ୩୭୭ ଧାରା ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ସଂରକ୍ଷିତ ହୋଇ ରହିଥିଲା ।

ତେବେ ୨୦୦୯ ମସିହାରେ ୩୭୭ ଧାରାକୁ ଅପରାଧ ମୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ, ମାତ୍ର ସେହି ସମୟରେ ସହମତି ଭିତ୍ତିରେ ଯେ କୌଣସି ବ୍ୟକ୍ତି ପରସ୍ପର ସହ ସମ୍ପର୍କ ରଖିପାରିବେ ଏବଂ ଏଥିରୁ ବାରଣ କରାଯିବା ନେଇ ହାଇକୋର୍ଟ ଦର୍ଶାଇଥିଲେ । ସେତେବେଳେ ଏହି ରାୟ ମଧ୍ୟ ଦେଶରେ ଏକ ପ୍ରକାର ହଟ୍ଟଚମଟ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ମାନ୍ୟବର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ଶୁଣାଣିକୁ ପଢି ଶୁଣାଇଥିଲେ, ଯେଉଁଥିରେ ଉଲ୍ଲେଖ ଥିଲା “ଏଲଜିବିଟିକ୍ୟୁ ସମାଜ ଅନ୍ୟମାନଙ୍କ ପରି ମୌଳିକ ଅଧିକାର ରହିଛିି, ହେଟ୍ରୋଜିନସ ଫାଇବରକୁ ବଳବତ୍ତର ରଖାଯିବା ଆବଶ୍ୟକ” ।

ସେ ମଧ୍ୟ କହିଛନ୍ତି, କେହି ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ଅଧିକାର ଏବଂ ବ୍ୟକ୍ତିତ୍ୱରୁ ବଞ୍ଚିତ ହୋଇପାରିବେ ନାହିଁ । ବର୍ତ୍ତମାନର ଏହି ପ୍ରସଙ୍ଗରେ ଆମର ବିଚାର ବିମର୍ଷ ବିଭିନ୍ନ ବଣ୍ଣ ଓ ବିସ୍ତୃତ ଶ୍ରେଣୀକୁ ସମ୍ମାନ ଦେବା ଜରୁରୀ ।

ଜୁଲାଇ ମାସରେ ଯେଉଁ ୫ ଜଣ ସେଲିବ୍ରିଟି ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଳେ ସେମାନେ ହେଲେ ନଭତେଜ ସିଂହ ଜୌହାର, ସୁନୀଲ ମେହେରା, ଅମନ ନାଥ, ଋତୁ ଡ଼ାଲମିଆ ଏବଂ ଆୟେଶା କପୁର । ଏହି ପିଟିସନର ଶୁଣାଣି ଜୁଲାଇ ୧୭ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଏକ ୫ ଜଣିଆ ସାମ୍ବିଧାନୀକ ପୀଠ ଆରମ୍ଭ କରିଥିଲେ । ଏହି ବେଞ୍ଚରେ ଅନ୍ୟ ଯେଉଁ ବିଚାରପତିମାନେ ରହିଥିଲେ ସେମାନେ ହେଲେ ଜଷ୍ଟିସ ଆର.ଏଫ ନରିମାନ, ଏ.ଏମ ଖାନୱିଲକର, ଡ଼ି.ୱାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରା ।

ଏନେଇ ସେତେବେଳେ କେନ୍ଦ୍ର ସରକାର କହିଥିଲେ ସମ୍ବିଧାନର ଧାରା ୩୭୭ ଯୋଗୁଁ ଅପ୍ରାକୃତିକ ଯୌନ ସଂଭୋଗରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷମାନେ ଦଣ୍ଡିତ ହେଉଛନ୍ତି ।

ସୂଚନାଯୋଗ୍ୟ, ୩୭୭ ଧାରା ନେଇ ୨୦୦୧ ମସିହାରେ ନାଜ୍ ଫାଉଣ୍ଡେସନ ନାମକ ଏକ ସାମାଜିକ ସଂସ୍ଥା ଏହାକୁ ଏକ ପ୍ରସଙ୍ଗ କରି ପ୍ରଶ୍ନ ଉଠାଇଥିଲା ଏବଂ ଏକ ପିଟିସନ ଦାୟର ମଧ୍ୟ କରିଥିଲା । ସେତେବେଳେ ସମଲିଙ୍ଗୀ ଯୌନ ସଂଭୋଗକୁ କୋର୍ଟ ବେଆଇନ ବୋଲି ଦର୍ଶାଇଥିଲେ । ତେବେ ଯାହାବି ହେଉ ୨୦୧୧ ପିଟିସନର ଶୁଣାଣି କରି ଡ଼ିସେମ୍ବର ୧୧, ୨୦୧୩ ମସିହାରେ ସୁପ୍ରିମକୋର୍ଟ ଏହାକୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

Leave A Reply

Your email address will not be published.