Latest Odisha News

BREAKING NEWS

ହେରାପଞ୍ଚମୀ: ଜାଣନ୍ତୁ, ଏପରି ନାମକରଣ ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର/ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ । । ଆଜି ହେଉଛି ଆଷାଢ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ସାଧାରଣତଃ ଅନେକ ଭାବିଥାଇ ପାରନ୍ତି ଯେ, ‘ହେରାପଞ୍ଚମୀ’ ନାମକରଣ ହୋଇଥିବା ଯୋଗୁଁ ଏହି ଉତ୍ସବ ବୋଧହୁଏ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ଏହିପରି ଅନେକଙ୍କ ଭୂଲ୍ ଧାରଣା ରହିଥାଇପାରେ ମାତ୍ର ‘ହେରା ପଞ୍ଚମୀ’ ରଥଯାତ୍ରା ଉତ୍ସବର ପଞ୍ଚମ ଦିନରେ ପାଳିତ ହେବା ବିଧି ରହିଛି । ଆଜି ‘ହେରାପଞ୍ଚମୀ’, ରଥଯାତ୍ରା ଉତ୍ସବର ପଞ୍ଚମ ଦିନ । ‘ଯାତ୍ରା ଭାଗବତ’ରେ ବର୍ଣ୍ଣିତ ରହିଛି ଯେ, ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସରେ ଏହି ପବିତ୍ର ‘ହେରାଯାତ୍ରା’ ଅନୁଷ୍ଠିତ ହୋଇଥାଏ ।

ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ପବିତ୍ର ଘୋଷଯାତ୍ରା । ଇଂରାଜୀ ୨୦୨୦ ମସିହା ଜୁନ ମାସ ୨୩ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପଞ୍ଜିକା ଅନୁଯାୟୀ ଆଜି ସପ୍ତମୀ ତିଥି । ସାଧାରଣତଃ ଷଷ୍ଠୀ ତିଥିରେ ହେରାପଞ୍ଚମୀ ପଡୁଥିବା ନେଇ କୁହାଯାଉଥିଲେ ମଧ୍ୟ ଏହା ଗୌଣ । ରଥଯାତ୍ରାର ୫ମ ଦିନରେ ହିଁ ‘ହେରା ପଞ୍ଚମୀ’ ନୀତି ପାଳିତ ହେବା ବିଧି ରହିଛି ।

ହେରା ଅର୍ଥ ‘ଦେଖିବା’କୁ ବୁଝାଇଥାଏ । ମାଆ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରନ୍ତି । ଲକ୍ଷ୍ମୀ ସାଆନ୍ତାଣୀଙ୍କ ଏହା କ୍ରୋଧଜନିତ କାରଣ ବୋଲି କେହି କେହି କହୁଥିଲେ ମଧ୍ୟ ପ୍ରକୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ମଧୁର ପ୍ରୀତି ନିଦର୍ଶନକୁ ବୁଝାଇଥାଏ । ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ମାଆ ଭାଙ୍ଗି ଦେଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଆସନ୍ତି ।

ପ୍ରକୃତରେ ‘ହେରାପଞ୍ଚମୀ’ ରଥଯାତ୍ରା ଉତ୍ସବରେ ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ଅପୂର୍ବ ନିଦର୍ଶନ ।

Leave A Reply

Your email address will not be published.