Latest Odisha News

BREAKING NEWS

Browsing Tag

World Famous Rath Yatra

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି ମିଠାର ଜନ୍ମ ତଥା ଏହା ଓଡ଼ିଶାରୁ…

ନୀଳାଦ୍ରି ବିଜେ: ସୁଆଦିଆ ରସଗୋଲାରେ ହେବ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…

ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ…

ଶୂନ୍ୟ ସହୋଦର

ଶୂନ୍ୟ ସହୋଦର ତାରକ ମହାନ୍ତି ହଜାର ହଜାର ବର୍ଷର ଗୋଟେ ଦୃଢ଼ ବିଶ୍ୱାସ କ'ଣ ଭାଙ୍ଗିପାରେ! ପରମ୍ପରାର ପ୍ରାଚୀରକୁ ଭାଙ୍ଗି ନୂଆ ଇତିହାସ ଲେଖିବା କ'ଣ ସହଜ ଯାହା ଲେଖି ହୋଇଯାଇଛି ରକ୍ତରେ ଭବିଷ୍ୟତର ଧମନୀ ଭିତରେ ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ। ଦୁର୍ବୋଧ୍ୟ ହେଲେ ବି…

ସୁନାବେଶରେ ଝଟକିଲେ ତିନିଠାକୁର

ପୁରୀ: ଆଜି ମହାପ୍ରଭଙ୍କର ପବିତ୍ର ସୁନାବେଶ । ରଥାରୂଢ ଶ୍ରୀଜୀଉମାନଙ୍କ ଏହି ସୁନାବେଶ ବା ବଡ଼ ତଡ଼ାଉ ବେଶ ପ୍ରତିବର୍ଷ ଆଜିର ଦିବସରେ ଅନୁଷ୍ଠିତ ହେବାର ବିଧିରହିଛି । ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଥରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ…

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ; ରଥକୁ ଆସିଲା ମହଣ ମହଣ ସ୍ୱର୍ଣ୍ଣାଳଙ୍କାର

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ରଥ ଉପରେ ମହଣ ମହଣ ସୁନା ପିନ୍ଧିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା । ପୁରୀ ଶ୍ରୀମନ୍ଦିରରେ ଥିବା ଏହି ସ୍ୱର୍ଣ୍ଣାଳଙ୍କାରଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା…