Latest Odisha News

BREAKING NEWS

ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଆଜି ହେଉଛି ପଞ୍ଚମ ଦିବସ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ପାରମ୍ପରିକ ‘ହେରାପଞ୍ଚମୀ’ ନୀତି ।

ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ସୁନାଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦୀ ବୁଲି ବାହାରିଥିଲେ । ସାଙ୍ଗରେ ପ୍ରାଣପ୍ରିୟା ପତ୍ନୀଙ୍କୁ ସାଙ୍ଗରେ ନେଇ ନଥିବାରୁ ମାଆ ଲକ୍ଷ୍ମୀ ସାଆନ୍ତାଣୀ ରାଗ ଅଭିମାନ କରିଥିଲେ । ମହାପ୍ରଭୁଙ୍କୁ ଟିକେ ଦେଖିବା ଲାଗି ମାଆ ସାଆନ୍ତାଣୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ।

ଅଧିକ ପଢନ୍ତୁ – ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ମାଆ ସାଆନ୍ତାଣୀଙ୍କ ପ୍ରେମ, ପ୍ରୀତି, ସୋହାଗ ବୃଦ୍ଧି ପାଇଥିବା ବେଳେ ଦର୍ଶନ ଉପରାନ୍ତେ ସାଙ୍ଗରେ ନେଇ ନଥିବା ଯୋଗୁଁ ଅପମାନବୋଧ କରିଥିଲେ ମାଆ ଲକ୍ଷ୍ମୀ । ରାଗରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ନନ୍ଦିଘୋଷ ରଥର କାଠ ଖଣ୍ଡିଏ ଭାଙ୍ଗିଦେଇ ହେରାଗୌରୀ ସାହି ଦେଇ ଲୁଚି ଚାଲିଆସିଛନ୍ତି ମାଆ ସାଆନ୍ତାଣୀ ।

ମାଆ ସାଆନ୍ତାଣୀ ବିମାନରେ ଆସିବା ବେଳେ ଘଣ୍ଟ, ଘଣ୍ଟା, କାହାଳୀ, ବାଜା ବାଜୁଥିଲା । ପତିମହାପାତ୍ର ସେବକ ମହାପ୍ରଭୁଙ୍କ ପକ୍ଷରୁ ମାଆ ସାଆନ୍ତାଣୀଙ୍କ ବିମାନକୁ ବନ୍ଦାପନା କରିଥିଲେ । ଏହାପରେ ମାଆଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିର ଜୟ ବିଜୟ ଦ୍ୱାରା ନିକଟକୁ ଯାଇଥିଲା । ସେଠାରେ ମହାପ୍ରଭୁଙ୍କ ପକ୍ଷରୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା ।

ଅଧିକ ପଢନ୍ତୁ – ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଅଭିମାନର ଦିନ…

ଏହି ଆଜ୍ଞାମାଳ ମାଧ୍ୟମରେ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଯଥାଶିଘ୍ର ଶ୍ରୀମନ୍ଦିରକୁ ଫେରିଆସିବାକୁ ପ୍ରତିଶ୍ରୁତି ଦେଇଥିଲେ । ଲକ୍ଷ୍ମୀ ସାଆନ୍ତାଣୀ ଆସିବା ବାଟରେ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇଥିଲେ । ଏଥିପାଇଁ ମଧ୍ୟ ମାଆ ସାଆନ୍ତାଣୀ ଅନୁଶୋଚନା କରିଥିଲେ ।

ହେରାଗୌରୀ ସାହି ଦେଇ ଲକ୍ଷ୍ମୀ ସାଆନ୍ତାଣୀ ବିମାନରେ ଶ୍ରୀମନ୍ଦିର ଫେରିବା ବାଟରେ କୌଣସି ବାଦ୍ୟ ବାଜି ନଥିଲା ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ଆଜିର ଏହି ମହତ୍ୱପୂର୍ଣ୍ଣ ଉତ୍ସବଟିକୁ ରୀତିନୀତିର ସହିତ ପାଳନ କରିବା ସମୟରେ ସେବାୟତ/ସେବକମାନେ କରୋନା ମହାମାରୀ ଯୋଗୁଁ ରହିଥିବା ସମସ୍ତ କଟକଣା ନିୟମକୁ ପାଳନ କରିଥିଲେ । ମୁହଁରେ ମାସ୍କ ଲଗାଇବା ସହିତ ଯଥାସମ୍ଭବ ସାମାଜିକ ଦୂରତା ରକ୍ଷା କରିଥିଲେ ।

ଅଧିକ ପଢନ୍ତୁ: ଘୋଷ ଯାତ୍ରା ପରମ୍ପରାରୁ ସୃଷ୍ଟି ହେଉ ନୂତନ ପରମ୍ପରା

ଆସନ୍ତାକାଲି ତିନିରଥ ଦକ୍ଷିଣମୋଡ଼ ନେବାର ପାରମ୍ପରିକ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.