କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର କେଲାବେସସରେ ରବିବାର ଦିନ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଲିଜେଣ୍ଡାରୀ ବାସ୍କେଟବଲ୍ ଖେଳାଳୀ କୋବି ବ୍ରାୟଣ୍ଟଙ୍କ ସହ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ବେଳେ ବ୍ରାୟଣ୍ଟଙ୍କ ସହ ହେଲିକପ୍ଟରରେ ଥିବା ତାଙ୍କ ୧୩ ବର୍ଷୀୟ ଝିଅର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ।
NBA legend Kobe Bryant killed in helicopter crash according to Los Angeles-based website TMZ: AFP news agency
— ANI (@ANI) January 26, 2020
ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲସ ଏଞ୍ଜେଲେସରୁ ପ୍ରାୟ ୬୫ କିମ. ଦୂରରେ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏହା ବ୍ରାୟଣ୍ଟଙ୍କ ବ୍ୟକ୍ତିଗତ ହେଲିକପ୍ଟର ହୋଇଥିବା ବେଳେ ଆକାଶରେ ଉଡୁଥିବା ସମୟରେ ଏଥିରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହା ତଳେ ଖସି ପଡିଥିବା ବେଳେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ।
ତେବେ ହେଲିକପ୍ଟରରେ କେଉଁ କାରଣ ବଶତଃ ନିଆଁ ଲାଗିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ, ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏସନ୍ (ଏନବିଏ)ରେ ପ୍ରାୟ ୨୦ ବର୍ଷ ଧରି ଖେଳିଥିଲେ ବ୍ରାୟଣ୍ଟ । ସେହି ସମୟ ମଧ୍ୟରେ ସେ ପାଖାପାଖି ୫ଥର ଚାମ୍ପିୟନ ହୋଇପାରିଥିଲେ।
Comments are closed.