Latest Odisha News

BREAKING NEWS

ଓଡିଆ ଝିଅଙ୍କ କମାଲ; ଜିତିଲେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା

ଭୁବନେଶ୍ୱର: ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା ଜିତି ଓଡିଶାକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି କୋରାପୁଟର କୁନି ଝିଅ ।

କୋରାପୁଟ ଜିଲ୍ଳା ସୁନାବେଡାର ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀ ଇପ୍ସିତା ଟେଟେ ଏକ ଘରୋଇ କମ୍ପାନୀ ଦ୍ୱାରା ଆୟୋଜିତ ଚିତ୍ର କଳା ପ୍ରତିଯୋଗିତାରେ ଜିତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ୭୫ ହଜାର ଟଙ୍କା ମୂଲ୍ୟର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ସେ ପଛରେ ପକାଇ ଏହି ସଫଳତା ପାଇଛନ୍ତି । ପ୍ରତିଯୋଗୀତା ଲାଗି ପଠାଯାଇଥିବା ଚିତ୍ରକୁ ଆଧାର କରି ପିଲାମାନଙ୍କୁ ଆଗାମୀ ପର୍ଯ୍ୟାୟ ପାଇଁ ବଛାଯାଇଥିଲା । ପରେ ଉକ୍ତ ଛାତ୍ରଛାତ୍ରୀମାନେ ଗୋଆରେ ଆୟୋଜିତ ଫାଇନାଲ୍ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

“ମୋତେ ୫ମି. ମଧ୍ୟରେ ନିଜ ମନପସନ୍ଦର ଚିତ୍ର ଆଙ୍କିବା ପାଇଁ କୁହାଯାଇଥିଲା ଏବଂ ପରେ ୩୦ ସେକେଣ୍ଡ ଭିତରେ ତାକୁ ରଙ୍ଗରେ ସଜେଇବା ପାଇଁ କୁହାଯାଇଥିଲା । ଆଉ ମୁଁ ଗୋଟିଏ ଫଳ ଟୋକେଇ ଆଙ୍କିଥିଲି” ବୋଲି ଇପ୍ସିତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.