Latest Odisha News

BREAKING NEWS

ଆଇସିସି ଫାଇନାଲ: କୋହଲି, ରୋହିତଙ୍କ ମଧ୍ୟରେ ଶ୍ରେଷ୍ଠ କିଏ

ଦୁବାଇ: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି କହିଲେ ଭୁଲ ହେବନି । ତେବେ ଆଇସିସିର ଫାଇନାଲରେ ଭାରତର ଏହି ଦୁଇ ତାରକା ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ କିପରି ରହିଛି ଆସନ୍ତୁ ନଜର ପକାଇବା.. । ଚଳିତ ଚାମ୍ପିୟନ୍ସ ଟ୍ରଫିରେ କୋହଲି ଗୋଟିଏ ଶତକ ଓ ଅର୍ଦ୍ଧଶତକ ମାରି ଭଲ ଫର୍ମରେ ରହିଛନ୍ତି । ତାଙ୍କଠାରୁ ପ୍ରଶଂସକମାନେ ଫାଇନାଲରେ ଆଉ ଏକ ବଡ ସ୍କୋର ଆଶା କରୁଛନ୍ତି ।

ଓଭରାଲ ଫର୍ମ ବିଚାରକୁ ନେଲେ ବିରାଟ ଆଇସିସି ମୁକାବିଲାର ଫାଇନାଲରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ସେ ଆଇସିସିର ସୀମିତ ଓଭର ମୁକାବିଲାର ୬ଟି ଫାଇନାଲ ମ୍ୟାଚ ଖେଳିଛନ୍ତି । ସେ ୩ଟି ଅର୍ଦ୍ଧଶତକ ସହ ୪୮.୩୩ ଆଭରେଜରେ ୨୯୦ ରନ କରିଛନ୍ତି । ଅପରପକ୍ଷରେ ରୋହିତଙ୍କ ଫାଇନାଲରେ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ସେ ମଧ୍ୟ ୬ଟି ଫାଇନାଲ ଖେଳି ୧୨୪ ରନ ସଂଗ୍ରହ କରିଛନ୍ତି । ଅର୍ଦ୍ଧଶତକ ହାସଲ କରିପାରି ନ ଥିବା ବେଳେ ୨୪.୮୦ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଏବେ ଭାରତର ଅଧିନାୟକ ନିକଟରେ ଫାଇନାଲରେ ବଡ ଇନିଂସ ଖେଳିବା ସୁଯୋଗ ରହିଛି । ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୪ଟି ଆଇସିସି ମୁକାବିଲାର ଫାଇନାଲରେ ପ୍ରବେଶ କରିଛି ।

Comments are closed.